ଅଗଷ୍ଟ ୭ ଓ ୮ଭବାନୀପାଟଣା ସହର ସଟଡ଼ାଉନ

ଭବାନୀପାଟଣା, (ଓଡିଶା ଟାଇମ୍) : କଳାହାଣ୍ଡି ଜିଲା ଭବାନୀପାଟଣାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି କାରଣରୁ ଅଗଷ୍ଟ ୭ ଓ ୮ ତାରିଖ ଦୁଇଦିନ ଧରି ଭବାନୀପାଟଣା ସହରକୁ ସଡ୍ ଡାଉନ କରାଯାଇଛି ବୋଲି ବୁଧବାର ଜଣାପଡ଼ିଛି।

ଏନେଇ କଳାହାଣ୍ଡି ଜିଲ୍ଲାପାଳ ଡା. ଗାଭିଲ ପରାଗ ହର୍ଷଦ ନିର୍ଦ୍ଦେଶ ଦେଇଛନ୍ତି। ଗତ ୧୫ ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ତାର ପ୍ରତିରୋଧ ଓ ଜନସାଧରଣଙ୍କ ସୁରକ୍ଷା ଏବଂ ପ୍ରତିଷେଧକ ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *