ଭଦ୍ରକ ଜିଲ୍ଲା ୨ ଦିନ ପାଇଁ ସମ୍ପୂର୍ଣ୍ଣ ସଟ୍ଡାଉନ୍
ଭଦ୍ରକ, (ଓଡିଶା ଟାଇମ୍) : ସାରା ରାଜ୍ୟରେ କରୋନା ମହାମାରୀ ବଢି ବଢି ଚାଲିଥିବା ବେଳେ ଏନେଇ ଅଧିକ ସଂକ୍ରମିତ ଅଞ୍ଚଳରେ କଟକଣା ଲାଗୁ କରାଯାଉଛି। ସେହିପରି ଆଜିଠାରୁ ୪୮ ଘଂଟିଆ ସଂପୂର୍ଣ୍ଣ ସଟଡାଉନ୍ ହେବ ଭଦ୍ରକ ଜିଲ୍ଲା । ଆସନ୍ତାକାଲି ସକାଳ ୫ଟାରୁ ୩ ତାରିଖ ସକାଳ ୫ଟା ଯାଏଁ ସଟଡାଉନ୍ । କିନ୍ତୁ ସଟଡାଉନ ବେଳେ ଅତ୍ୟାବଶ୍ୟକ ସେବା ଯୋଗାଇଦେବାକୁ ଅନୁମତି ମିଳିଛି। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
ତେବେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ମଧ୍ୟ ରେ ଲୋକାଲ କେସ ମଧ୍ୟ ବୃଦ୍ଧି ପାଉଛି । ସାନିଟାଇଜେସନ ସହ ସର୍ଭିଲାନ୍ସ ପାଇଁ ସମ୍ପୂର୍ଣ ଜିଲ୍ଲାକୁ ଦୁଇ ଦିନ ସଟଡାଉନ ଘୋଷଣା କରାଯାଇଛି । ଅଗଷ୍ଟ ମାସ 1 ତାରିଖ ଓ 2 ତାରିଖ ଜିଲ୍ଲା ସମ୍ପୂର୍ଣ ସଟଡାଉନ ରହିବ । ଏହି ସମୟ ସୀମା ମଧ୍ୟ ରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ କେତେକ ନିର୍ଦ୍ଧିଷ୍ଟ ସେବା କୁ କାର୍ଯ୍ୟ ପାଇଁ ଅନୁମତି ମିଳିଛି । ଏହି ସମୟ ମଧ୍ୟ ଏନ୍ଫୋର୍ସମେଣ୍ଟ କୁ ମଧ୍ୟ ଜୋରଦାର କରାଯିବ । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।