ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର କରୋନା ପଜିଟିଭ
ଭଦ୍ରକ, (ଓଡିଶା ଟାଇମ୍) :ଭଦ୍ରକ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରୁ ଜଣେ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏହାପରେ ୪୮ ଘଣ୍ଟା ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟର OPD ସେବା ରହିବ ବୋଲି ଘୋଷଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏହାପରେ ୪୮ ଘଣ୍ଟା ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟର OPD ସେବା ରହିବା ପାଇଁ ମେଡିକାଲ କର୍ତୃପକ୍ଷଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । OPDରେ ସେବା ପାଉଥିବା ରୋଗୀମାନଙ୍କୁ ଆଶୁ ବିଭାଗ ଓ ସର୍ଜରୀ ବିଭାଗରେ ଦେଖାଯିବାର ବ୍ୟବସ୍ଥା ହୋଇଥିବା ସିଡିଏମଓ ସୂଚନା ଦେଇଛନ୍ତି । ପ୍ରଶାସନ ପକ୍ଷରୁ OPDକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯିବା ପରେ ପୂର୍ବପରି ରୋଗୀ ମାନଙ୍କୁ ସେବା ପ୍ରଦାନ କରାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ଭଦ୍ରକରେ ୮୫୫ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।