ଅଙ୍ଗନବାଡି କର୍ମୀଙ୍କ ଘରେ ଭିଜିଲାନ୍ସ ରେଡ୍
ଭୁବନେଶ୍ବର, (ଓଡିଶା ଟାଇମ୍) :ଭିଜିଲାନ୍ସ ପଞ୍ଝାରେ ପଡିଲେ ଅଙ୍ଗନବାଡି କର୍ମୀ । ବ୍ରହ୍ମପୁର ମହାନଗର ନିଗମ ଓ୍ବାର୍ଡ-୯ ଅଞ୍ଚଳର ଅଙ୍ଗନବାଡି କର୍ମୀ ନମିତା ଦଳେଇଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି ରହିଛି । ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଥିବା ଜଣାପଡିଛି ।
ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ନଗର ପ୍ରଥମ ଲାଇନ୍, ଗଣେଶ ନଗର ଚତୁର୍ଥ ଲାଇନ୍, ଭୁବନେଶ୍ବରଠାରେ ଦୁଇଟି ଆପାର୍ଟମେଣ୍ଟ, ସଂପର୍କୀୟଙ୍କ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରାଯାଇଥିବା ବ୍ରହ୍ମପୁର ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି । ତେବେ ଚଢାଉ ବେଳେ ବ୍ୟାଙ୍କ୍ ଖାତା ସହ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରର ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଟିମ୍ । ତାଙ୍କର କେତେ ସମ୍ପତ୍ତି ଠାବ ହୋଇଛି ତାହାର ସଠିକ୍ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ ।