ଖୋଲିବ ବିୟୁଟି ପାର୍ଲର୍ ଓ ସାଲୋନ୍‌

ନୂଆଦିଲ୍ଲୀ (ଓଡ଼ିଶା ଟାଇମ୍‌): ମହାମାରୀ କରୋନା ଭାଇରସ୍‌ ବ୍ୟାପକତାକୁ ଦୃଷ୍ଟିରେ ରଖି ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା ହୋଇସାରିଛି। କିନ୍ତୁ ଏ ଭିତରେ ଆବଶ୍ୟକକୁ ଭିତ୍ତିକରି ଓ ପରିସ୍ଥିତିକୁ କଡ଼ା ନଜର ରଖି ଅନେକ ଦୋକାନ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି। ଏହିକ୍ରମରେ ଗ୍ରୀନ୍‌ ଓ ଅରେଞ୍ଜ୍‌ ଜୋନ୍‌ରେ ବିୟୁଟି ପାର୍ଲର୍‌ ଓ ସାଲୋନ୍‌ ଖୋଲିବ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦେଶର ମୋଟ୍ ୭୩୩ ଜିଲ୍ଲାକୁ କରୋନା ସଂକ୍ରମିତ ଆଧାରରେ ରେଡ୍‌, ଗ୍ରୀନ ଓ ଅରେଞ୍ଜ ଜୋନ୍‌ରେ ବିଭକ୍ତ କରାଯାଇଛି। ଗ୍ରୀନ ଓ ଅରେଞ୍ଜ ଜୋନ୍‌ରେ ନିୟମ କିଛିଟା କୋହଳ କରାଯାଇଛି। ଏହି ପରିପ୍ରେକ୍ଷୀରେ ମନ୍ତ୍ରଣାଳୟ ସ୍ପଷ୍ଟ କରିଛନ୍ତି ଯେ, ମେ ୪ରୁ ଅରେଞ୍ଜ ଓ ଗ୍ରୀନ ଜୋନରେ ସାଲୋନ୍‌ ଓ ବିୟୁଟି ପାର୍ଲର ଖୋଲିବାକୁ ଅନୁମତି ଦିଆଯାଇଛି। ଅରେଞ୍ଜ ଓ ଗ୍ରୀନ ଜୋନରେ ଇ-କମର୍ସ କମ୍ପାନୀଙ୍କ ଦ୍ଵାରା ଜରୁରୀ ଅନାବଶ୍ୟକ ବିକ୍ରି କରାଯାଇପାରିବ।

ପ୍ରକାଶଥାଉକି ରେଡ୍‌ ଜୋନରେ ୧୩୦ଟି ଜିଲ୍ଲା, ଅରେଞ୍ଜ ଜୋନରେ ୨୮୪ ଜିଲ୍ଲା ଏବଂ ଗ୍ରୀନ ଜୋନରେ ୩୧୯  ଜିଲ୍ଲା ରହିଛି। ତେବେ ସମସ୍ତ ଜୋନରେ ୬୫ ବର୍ଷରୁ ଅଧିକ ବୟସ୍କ, ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ଓ ୧୦ ବର୍ଷରୁ କମ ବୟସର ପିଲାଙ୍କୁ ଘରେ ରହିବାକୁ କୁହାଯାଇଛି। ସରକାରୀ ଆଦେଶ ଅନୁସାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସମସ୍ତ ଅନାବଶ୍ୟକ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ ରହିବ। ସ୍ଥାନୀୟ ପ୍ରଶାସନ ଲୋକଙ୍କ ଯାତାୟତ ଉପରେ ରୋକ୍ ଲଗାଇବା ପାଇଁ ଧାରା ୧୪୪ ମଧ୍ୟ ଲାଗୁ କରିପାରନ୍ତି।

Leave a Reply

Your email address will not be published. Required fields are marked *