ତ୍ୱଚା ଜନିତ ସମସ୍ୟା ଦୂର କରିପାରିବ ଗୁଡ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ମୁଖମଣ୍ଡଳର ସୌନ୍ଦର୍ଯ୍ୟତା ପାଇଁ ପ୍ରାୟ ସମସ୍ତେ ଅଳ୍ପବହୁତେ ପ୍ରୟାସ କରିଥାନ୍ତି । କେହିକେହି ବଜାରରେ ମିଳୁଥିବା ଫେସ୍ ପ୍ରଡକ୍ଟ ବ୍ୟବହାର କରୁଥିବା ବେଳେ ଆଉ କେହି ଘରୋଇ ଉପଚାର ଆପଣେଇଥାଏ ।

ତ୍ୱଚାର ସୁନ୍ଦରତା ଲାଗି ଆମେ ଗୋଲାପ ଜଳ, ମୁଲତାନୀ ମାଟି ଭଳି ସାମଗ୍ରୀ ଲଗାଇଥାଉ । ହେଲେ ଖୁବ୍ କମ୍ ଲୋକ ଜାଣିଥିବେ ଯେ ତ୍ୱଚାର ସୌନ୍ଦର୍ଯ୍ୟରେ ଗୁଡକୁ ମଧ୍ୟ ବ୍ୟବହାର କରାଯାଇପାରିବ । ଗୁଡ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ହେବା ସଙ୍ଗେସଙ୍ଗେ ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇଥାଏ ।

ଜାଣନ୍ତୁ, ସୌନ୍ଦର୍ଯ୍ୟ ଉପଚାର ଲାଗି ଘରୋଇ ଉପାୟରେ କିପରି ଗୁଡକୁ ବ୍ୟବହାର କରିବେ . . .
ପ୍ରତିଦିନ ଗୁଡ ଖାଇଲେ ମୁହଁରୁ ବ୍ରଣ ଦୂର ହେବା ସହ ଚମକ ଆଣିଦେଇଥାଏ ।

ମୁହଁରୁ ଦାଗ ଦୂର କରିବାରେ ସହାୟକ ହୋଇଥାଏ ଗୁଡ । ଏଥିପାଇଁ କିଛି ଗୁଡରେ ୧ ଚାମଚ ଟମାଟୋ ରସ, ଅଳ୍ପ ହଳଦୀ ଓ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହାକୁ ମୁହଁରେ ଲଗାଇ ଶୁଖିବା ପାଇଁ ଛାଡିଦିଅନ୍ତୁ । ଏହି ପେଷ୍ଟ ଶୁଖିଗଲା ପରେ ଭଲଭାବେ ଧୋଇ ସଫା କରନ୍ତୁ ।

ଆପଣଙ୍କ ମୁହଁରେ କୁଞ୍ଚନ ଭଳି ସମସ୍ୟା ଦେଖାଯାଉଥିଲେ ଗୁଡରେ କିଛି ହଳଦୀ ଓ ଗୋଲାପ ଜଳ ମିଶାଇ ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ପରେ ଏହାକୁ ମୁହଁରେ ଲଗାଇବା ପରେ ପାଖାପଖି ୨୦ ମିନିଟ୍ ରଖି ଭଲଭାବେ ଘଷି ସଫା କରିଦିଅନ୍ତୁ । ଏଭଳି ସପ୍ତାହକୁ ୨ରୁ ୩ଥର ବ୍ୟବହାର କରିପାରିବେ ।

ଗୁଡରେ କିଛି ମୁଲତାନୀ ମାଟି, ଦହି ଓ ପାଣି ମିଶ୍ରିତ ଏକ ପ୍ୟାକକୁ କେଶରେ ଲଗାନ୍ତୁ । ଏହା କେଶକୁ ସ୍ମୁଥ୍ କରିବା ସହ କେଶ ଜନିତ ଅଧିକାଂଶ ସମସ୍ୟା ଦୂର ହୋଇଥାଏ । ଏହାଛଡା ଗୁଡରେ ମୁଲତାନୀ ମାଟି ଓ ପାଣି ମିଶାଇ କେଶରେ ଲଗାଇ ୧୦ମିନିଟ୍ ଯାଏଁ ରଖନ୍ତୁ । ପରେ ଧୋଇଦିଅନ୍ତୁ, ଏହାଦ୍ୱାରା କେଶ ଚିକଚିକ୍ ଦେଖାଯାଇଥାଏ ।

ଗୁଡରେ ଗ୍ଲାଇକୋଲିକ୍ ଏସିଡ୍ ଭଳି ପଦାର୍ଥ ରହିଥାଏ । ଯାହା ତ୍ୱଚାକୁ ସଫ୍ଟ କରିଥାଏ । ସେଥିପାଇଁ ଗୁଡରେ କିଛି ମହୁ ଓ ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ଲଗାଇ ଶୁଖିବାକୁ ଛାଡି ଦିଅନ୍ତୁ । ପରେ ହାଲୁକା ଉଷୁମ ପାଣିରେ ଭଲଭାବେ ଧୋଇ ସଫା କରିନିଅନ୍ତୁ ।

Leave a Reply

Your email address will not be published. Required fields are marked *