ହେଲଥ ଟିପ୍ସ: ଖାଲି ପାଦରେ ଚାଲିବାର ଉପକା

ଖାଲି ପାଦରେ ଚାଲିବା ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ । ସୁସ୍ଥ ରହିବା ପାଇଁ ଏହା ସବୁଠାରୁ ସରଳ ଓ ସହଜ ଉପାୟ ବୋଲି ସ୍ୱାସ୍ଥ୍ୟବିଜ୍ଞାନୀମାନେ କହିଛନ୍ତି । ପ୍ରତିଦିନ ବାଲି କିମ୍ବା ଘାସ ଉପରେ କିଛି ସମୟ ଚାଲନ୍ତୁ । ଏହା ଆକ୍ୟୁପଞ୍ଚର୍ ଭଳି କାମ କରିଥାଏ । ଏହାଦ୍ୱାରା ଅନ୍ୟ କେତେକ ସ୍ୱାସ୍ଥ୍ୟସମସ୍ୟା ମଧ୍ୟ ଦୂର ହୋଇଥାଏ । ଆସନ୍ତୁ ଜାଣିବା ଖାଲିପାଦରେ ଚାଲିବା ଦ୍ୱାରା କ’ଣସବୁ ଲାଭ ମିଳିଥାଏ –
୧- ଖାଲିପାଦରେ ଚାଲିବା ଦ୍ୱାରା ଶରୀରରେ କାର୍ଟିସୋଲ୍ର ସ୍ତର କମ୍ ହୋଇଥାଏ । ଫଳରେ ପଜିଟିଭ୍ ଏନର୍ଜି ବଢିଥାଏ । ତେଣୁ ଏହାଦ୍ୱାରା ଅନିଦ୍ରା ସମସ୍ୟା ଦୂର ହୁଏ ।
୨- ଖାଲି ପାଦରେ ଚାଲିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଫଳରେ ଛୋଟମୋଟ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୁଏ ।
୩- ଖାଲି ପାଦରେ ଚାଲିବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ । ଫଳରେ ଆଣଣ୍ଠୁଗଣ୍ଠି ଜନିତ ଦରଜରୁ ଆରାମ ମିଳିଥାଏ । ମାଂସପେଶୀଜନିତ ଦରଜ ମଧ୍ୟ ଦୂର ହୋଇଥାଏ ।

ଅଧିକ ପାଠ ପାଇଁ କ୍ଲିକ କରନ୍ତୁ

ହେଲଥ୍ ଟିପ୍ସ- ଖାଲିପେଟରେ କରନ୍ତୁ ନାହିଁ ଏହିସବୁ କାମ

ଧ୍ୟାନ କରନ୍ତୁ ସୁସ୍ଥ ରୁହନ୍ତୁ, ଧ୍ୟାନ କରିବା ପାଇଁ ପ୍ରାଥମିକ ସ୍ତରରେ କିଛି ଟିପ୍ସ

ଶୀତଦିନେ ଆଣ୍ଠୁଗଣ୍ଠି ଦରଜରୁ ମୁକ୍ତି ପାଇଁ ସରଳ ଟିପ୍ସଧ୍ୟାନ କରନ୍ତୁ ସୁସ୍ଥ ରୁହନ୍ତୁ, ଧ୍ୟାନ କରିବା ପାଇଁ ପ୍ରାଥମିକ ସ୍ତରରେ କିଛି ଟିପ୍ସ

Leave a Reply

Your email address will not be published. Required fields are marked *