ଭିଜିଲାନ୍ସ ଜାଲରେ ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀ

ବାଲେଶ୍ଵର, (ଓଡିଶା ଟାଇମ୍) : ବାଲେଶ୍ବର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଗିରଫ ହୋଇଛନ୍ତି । ମୁଖ୍ୟ ଯୋଗାଣ ଅଧିକାରୀ ମୀର୍‌ ରାଜା ଅଲ୍ଲୀଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ସୂଚନା ଅନୁସାରେ ଗୁରୁବାର ତାଙ୍କ ଅଫିସ ଟେବୁଲ ଡ୍ରୟରରୁ ଜବତ ହୋଇଥିଲା ୨ ଲକ୍ଷ ୩୪ ହଜାର ୯୦୦ ଟଙ୍କା । ୯ଟି ଲଫାପାରେ ଏହି ଟଙ୍କା ଥିଲା । ମିଲରମାନେ ଲଫାପାରେ ଯୋଗାଣ ଅଧିକାରୀଙ୍କୁ ଗିଫ୍ଟ ଦେଇଥିବା ସୂଚନା ମିଳିଛି । କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା । ତେବେ ତାଙ୍କ କାର୍ଯ୍ୟାଳୟରୁ ଏତେ ଟଙ୍କା ଜବତ ହେବା ପରେ ଭିଜିଲାନ୍ସ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି । ତେବେ ମୁଖ୍ୟ ଯୋଗାଣ ଅଧିକାରୀ ମୀର୍‌ ରାଜା ଅଲ୍ଲୀଙ୍କ ଘର କୋରାପୁଟ ଜିଲ୍ଲା କୋଟପାଡ ଅଞ୍ଚଳରେ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *