କଳ୍ପନା ଦାଶ ଓ ତାଙ୍କ ଝିଅ ହତ୍ୟାକାଣ୍ଡ ମାମଲା : ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କୁ ଅନ୍ତରୀଣ ଜାମିନ

ଭୁବନେଶ୍ବର, (ଓଡିଶା ଟାଇମ୍) : ଡବଲ ମର୍ଡର ଘଟଣାରେ ଗିରଫ ହୋଇ ଜେଲ୍‍ ରେ ଥିବା ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ସ୍ୱାସ୍ଥ୍ୟ ଅବସ୍ଥା କାରଣରୁ ଜାମିନରେ ବାହାରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଗତ ୨୫ ତାରିଖରେ ଛତିଶିଗଡ଼ ହାଇକୋର୍ଟ ଅନୁପଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ। ୨୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ମିଳିଛି। ଗୁରୁତର ସ୍ୱାସ୍ଥ୍ୟ ଅବସ୍ଥା କାରଣରୁ ଅନୁପଙ୍କୁ ୨ ମାସ ପାଇଁ ଅନ୍ତରୀଣ ଜାମିନ ମିଳିଛି। ବହୁ ଚର୍ଚ୍ଚିତ ମାଆଝିଅ ହତ୍ୟାକାଣ୍ଡରେ ଅନୁପ ସାଏ ଛତିଶଗଡର ରାୟଗଡ ପୁଲିସ ଦ୍ୱାରା ଗିରଫ ହୋଇଥିଲେ।

Leave a Reply

Your email address will not be published. Required fields are marked *