ଅବନ୍ତିପୋରାରେ ଏନକାଉଣ୍ଟର, ଟପ୍ ଜୈସ ଆତଙ୍କବାଦୀ ନିହତ

ଶ୍ରୀନଗର, (ଓଡିଶା ଟାଇମ୍):  ଜମ୍ମୁ-କଶ୍ମୀର ଅବନ୍ତିପୋରା ଏନକାଉଣ୍ଟର । ଟପ୍ ଜୈସ୍ -ଏ-ମହମ୍ମଦ ଆତଙ୍କୀ ନିହତ । ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଟ୍ରାଲ୍ ଅଞ୍ଚଳର ତିଲୱାନି ମୋହାଲା ଠାରେ ଘଟିଥିବା ଗୁଳି ବିନିମୟରେ ପ୍ରାଣ ହରାଇଛି ଟପ୍ ଜୈସ୍ କମାଣ୍ଡର ଶାମ ସୋଫି।

ଏହି ଅପରେସନକୁ ବଡ଼ ସଫଳତା ବୋଲି କହିଛନ୍ତି କଶ୍ମୀର ପୋଲିସ୍ ଇନସପେକ୍ଟର ଜେନେରାଲ ବିଜୟ କୁମାର। ନିହତ ଆତଙ୍କବାଦୀ ସୋଫି ବିଦେଶୀ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିଲା। ସୋଫିକୁ ପ୍ରଥମେ ୨୦୦୪ରେ ଗିରଫ କରାଯାଇଥିଲା। ଜେଲରୁ ବାହାରିବା ପରେ ସେ ସକ୍ରିୟ ହୋଇଥିଲା ଏବଂ ଜୈସ୍ ଆତଙ୍କବାଦୀଙ୍କ ଅନେକ ହମଲାରେ ଜଡ଼ିତ ଥିଲା।

ସୂଚନାଯୋଗ୍ୟ, ଗତ କିଛିଦିନ ଧରି ଜମ୍ମୁ-କାଶ୍ମୀରରେ ଲଗାତର ଭାବେ ଏନକାଉଣ୍ଟର ହେଉଛି । ଗତ ୩ ଦିନ ତଳେ ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଯବାନ ସହିଦ ହୋଇଥିଲେ । ଏହାପରେ ଭାରତୀୟ ସେନା ପକ୍ଷରୁ କଡା ଜବାବ ଦିଆଯାଇଥିଲା । ଏନଆଇଏ ମଧ୍ୟ ଅନେକ ସ୍ଥାନରେ ଆତଙ୍କୀ ଲିଙ୍କରେ ଚଢଉ କରିଥିଲା ।

Leave a Reply

Your email address will not be published. Required fields are marked *