ଆସାମ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମିଜୋରାମ ପୁଲିସର ଏତଲା

ଦିମାପୁର ,(ଓଡିଶା ଟାଇମ୍): ସଂଘର୍ଷର ତଦନ୍ତ କୌଣସି ସ୍ବାଧୀନ ବା ନିରପେକ୍ଷ ସଂସ୍ଥା ଦ୍ବାରା କାହିଁକି କରାଯାଉ ନାହିଁ ବୋଲି ମିଜୋରାମ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା। ଶର୍ମାଙ୍କ ସମେତ ରାଜ୍ୟର ୪ବରିଷ୍ଠ ପୁଲିସ ଅଧିକାରୀ ଓ ଦୁଇ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ମିଜୋରାମ ପୁଲିସ ପରାଧିକ ମାମଲା ରୁଜୁ କରିବା ପରିପ୍ରେକ୍ଷୀରେ ସେ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ଏଥିସହିତ ଯେକୌଣସି ତଦନ୍ତର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ଥିବା ଶର୍ମା କହିଛନ୍ତି। ଏଥିସହିତ ଆସାମ ପୁଲିସର ୨୦୦ କର୍ମଚାରୀଙ୍କ ବିରୋଧରେ ଏତଲା ଦାୟର ହୋଇଛି।

ଅପରପକ୍ଷରେ ଆସାମ ପୁଲିସ ପକ୍ଷରୁ କୋଲାସିବ ଜିଲାର ୬ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କୁ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ଜୁଲାଇ ୨୬ ସଂଘର୍ଷ ପରେ ବିବାଦୀୟ ସ୍ଥାନରୁ ଦୁଇ ରାଜ୍ୟର ପୁଲିସଙ୍କୁ ହଟାଯାଇ କେନ୍ଦ୍ରୀୟ ବାହିନୀ ମୁତୟନ କରାଯାଇଛି। ଆସାମ ସରକାର ନିଜ ରାଜ୍ୟବାସୀଙ୍କୁ ମିଜୋରାମ ସୀମା ଅତିକ୍ରମ ନ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ସତ୍ତ୍ବେ ମିଜୋରାମ ପୁଲିସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କୋଲାସିବ ଥାନାରେ ଏତଲା ଦାୟର ‌େ​‌ନଇ ସାନି ବିବାଦ ମୁଣ୍ଡ ଟେକିଛି।

Leave a Reply

Your email address will not be published. Required fields are marked *