ଲାଞ୍ଚ ମାଗି ନିଲମ୍ବିତ ହେଲେ ତାଳଚେର ରେଙ୍ଗାଲି ଡ୍ଯାମ ସାଇଟ୍ ଥାନାର ଏଏସ୍ଆଇ
ତାଳଚେର, (ଓଡିଶା ଟାଇମ୍) : ଲାଞ୍ଚ ମାଗିବା ମହଙ୍ଗା ପଡିଛି ଜଣେ ପୋଲିସ୍ ବାବୁଙ୍କୁ । ଲାଞ୍ଚ ମାଗିବାରୁ ନିଲମ୍ବିତ ହୋଇଛନ୍ତି ତାଳଚେର ରେଙ୍ଗାଲି ଡ୍ଯାମ ସାଇଟ୍ ଥାନାର ଏ ଏସ୍ ଆଇ କାର୍ତ୍ତିକ ବେହେରା । ଏକ ଡ୍ରେନ୍ ନିର୍ମାଣକୁ ନେଇ ଦୁଇ ପରିବାର ମଧ୍ଯରେ ବିବାଦ ଲାଗି ଥାନାକୁ କଥା ଆସିଥିଲା । ଉଭୟ ପକ୍ଷରୁ ଥାନାରେ ଏତଲା ଦିଆ ଯାଇଥିଲା ଏବଂ ପରେ ଉଭୟ ପରିବାର ମଧ୍ଯରେ ମିମାଂସା ମଧ୍ଯ ହୋଇଯାଇଥିଲା ।
ତେବେ ଏହି ମାମଲାରେ ,ଏସଆଇ କାର୍ତ୍ତିକ ବେହେରା ଲାଞ୍ଚ ମାଗିଥିଲେ । ଏହି ଘଟଣା ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳଙ୍କ ନଜରକୁ ଆସିବା ପରେ ସେ ଘଟଣାର ତଦନ୍ତକରି ଏଏସଆଇ କାର୍ତ୍ତିକଙ୍କୁ ନିଲମ୍ବନ କରିଛନ୍ତି ।