୨୧ ଜୁନ୍‌ରେ ଏଆର୍‌ ରେହମାନ୍‌ଙ୍କ ଲିଖିତ ପ୍ରଥମ ଫିଲ୍ମ ‘୯୯ ସଙ୍ଗ୍‌ସ’

ପଦ୍ମଭୂଷଣ ଏଆର୍‌ ରେହମାନ୍‌ଙ୍କ ଦ୍ଵାରା ଲିଖିତ ତଥା ପ୍ରଯୋଜିତ ପ୍ରଥମ ଫିଲ୍ମ ଜୁନ୍‌ ୨୧ ତାରିଖରେ ମୁକ୍ତିଲାଭ କରିବ। ଏହି ମ୍ୟୁଜିକାଲ୍‌ ଫିଲ୍ମର ନାଁ ରହିଛି ‘୯୯ ସଙ୍ଗସ୍‌। ଜିଓ ଷ୍ଟୁଡିଓ ସହାୟତାରେ ନିର୍ମିତ ଏହି ଫିଲ୍ମ ବାବଦରେ ତଥ୍ୟ ରଖିଛନ୍ତି ଖେଶଦ୍‌ ରେହମାନ୍‌।

ସୋଶାଲ୍‌ ମିଡିଆରେ କହିଛନ୍ତି, ‘ ମୋ ପ୍ରଯୋଜନା ସଂସ୍ଥା ୱାଇଏମ୍‌ ମୁଭିଜ୍‌, ଜିଓ ଷ୍ଟୁଡିଓକୁ ପାଟର୍ର୍ନର ଭାବେ ପାଇଁ ବେଶ୍‌ ଉତ୍ସାହିତ। ଏହା ଏକ ସ୍ଵତନ୍ତ୍ର ପ୍ରକଳ୍ପ। ଏହା ଏକ ସଙ୍ଗୀତ ସହ ପ୍ରେମ କାହାଣୀ ଏବଂ ଯୁବା ପିଢ଼ିଙ୍କୁ ଆଖିରେ ରଖି ନିର୍ମିତ’।

ଏଡିଲ୍‌ସି ଭର୍ଗିଜ୍‌

୯୯ ସଙ୍ଗସ୍‌ ତିନୋଟି ଭାରତୀୟ ଭାଷାରେ ମୁକ୍ତିଲାଭ କରିବ। ହିନ୍ଦି, ତେଲୁଗୁ ଏବଂ ତାମିଲ୍‌ ଭାଷାରେ ଏହି ଫିଲ୍ମକୁ ସମାନ ଦିନରେ ମୁକ୍ତିଲାଭ କରିବାର ଲକ୍ଷ୍ୟ ରେହମାନ ରଖିଛନ୍ତି। ଫିଲ୍ମକୁ ନିର୍ଦେଶନା ଦେଇଛନ୍ତି ମିଶ୍ଵେସ କ୍ରିଷ୍ଣମୂର୍ତ୍ତି ଏବଂ ଏଥିରେ ଅଭିନୟ କରିଛନ୍ତି ନବାଗତ ଏହାନ୍‌ ଭଟ, ଏଡିଲ୍‌ସି ଭର୍ଗିଜ୍‌, ତେନ୍‌ଜିନ୍‌ ଦଲ୍ଲା।

୨୦୧୭ ମସିହାରେ ରେହମାନ୍‌ ଲି ମସ୍କ ଫିଲ୍ମକୁ ଲେଖିବା ସହ ନିର୍ଦେଶନା ଦେଇଥିଲେ। ଏଆର୍‌ ରେହମାନ୍‌ ସଙ୍ଗୀତ ପାଇଁ ଦେଶ ବିଦେଶରେ ଅନେକ ପୁରସ୍କାର ଅର୍ଜନ କରିଛନ୍ତି। ୬ଥର ଜାତୀୟ ପୁରସ୍କାର ସହ ସେ ୨ଥର ଅସ୍କାର ପୁରସ୍କାର ପାଇଛନ୍ତି।

ଏହାନ୍‌ ଭାଟ

Leave a Reply

Your email address will not be published. Required fields are marked *