ବଲିଉଡ୍ ଫିଲ୍ମ ‘ଥ୍ରିଲର’ର ଫାଷ୍ଟ ଲୁକ୍ ପୋଷ୍ଟର ରିଲିଜ୍‌; ନଜର ଆସିବେ ଦୁଇ ଓଡିଆ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ବଲିଉଡରେ କିଛି ଓଡିଆ କଳାକାର ନିଜର ଅଭିନୟ ଯାଦୁ ଦେଖାଇଥିବା ବେଳେ ଆଉ ୨ କଳାକାର ହିନ୍ଦୀ ସିନେମାରେ ଏଣ୍ଟ୍ରି କରିଛନ୍ତି ।

ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ‘ଥ୍ରିଲର୍‌’ ମୁଭିରେ ଦୁଇ ଓଡିଆ କଳାକାରଙ୍କୁ ଦେଖିବାକୁ ମିଳିବ । ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡିଆ ଝିଅ ଅପସରା ରାଣୀ ଓ ଅଭିନେତା ରକ୍ କଚ୍ଚି ।

ଏନେଇ ନିଜେ ରାମ ଗୋପାଳ ବର୍ମା ନିଜର ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେବା ସହ ଫିଲ୍ମର ଫାଷ୍ଟ ଲୁକ୍ ପୋଷ୍ଟର ଶେୟାର କରିଛନ୍ତି । ଏ କମ୍ପାନୀ ପ୍ରଡକ୍ସନ ସାଉଥ୍ ପ୍ଲସ୍ ଏଣ୍ଟରଟେନମେଣ୍ଟ ନିବେଦିତ ଏନଏନଏନ ସିରିଜ୍ ପୋଷ୍ଟର ଶେୟାର କରିବା ପରେ ଏହାକୁ ନେଇ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି ।

ମହାମାରୀ କରୋନା କାରଣରୁ ଦେଶବ୍ୟାପୀ ସିନେମା ହଲ୍ ବନ୍ଦ ରହିଥିବା ଯୋଗୁଁ ଫିଲ୍ମ ଗୁଡିକ ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ ହେବାରେ ଲାଗିଛି । ସେଥିପାଇଁ ‘ଥ୍ରିଲର’ ଫିଲ୍ମ ମଧ୍ୟ ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ ହେବ।

ଏହି ଫିଲ୍ମଟି ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲାମ୍‌, ମରାଠି, ଭୋଜପୁରୀ, ଗୁଜୁରାଟୀ ଭାଷା ଭଳି ପ୍ରାୟ ୯ଟି ଭାଷାରେ ରିଲିଜ ହେବ ।

ଫିଲ୍ମରେ ଲିଡ୍ ରୋଲରେ ଅଭିନୟ କରୁଥିବା କଳାକାର ଓଡିଆ ହୋଇଥିବା ଯୋଗୁଁ ନିର୍ଦ୍ଦେଶକ ମୁଭିକୁ ଓଡିଆ ଭାଷାରେ ମଧ୍ୟ ମୁକ୍ତିଲାଭ କରିବେ ବୋଲି ସୂଚନା ମିଳିଛି।

ଖୁବ୍ କମ୍ ଦର୍ଶକ ଜିଣିଥିବେ ଯେ ଅପସରା ରାଣୀଙ୍କ ପ୍ରକୃତ ନାମ ଅନକେତା ମହାରଣା ବୋଲି । ଏପରିକି ଅପସରା ରାଉରକେଲାର ଝିଅ ହୋଇଥିବା ବେଳେ ରକ୍ ନବରଙ୍ଗପୁରର ପିଲା ।

Leave a Reply

Your email address will not be published. Required fields are marked *