ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ

ମୁମ୍ବାଇ, (ଓଡିଶା ଟାଇମ୍): ଦାଦବଟି ମାମଲାରେ ଇଡି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଇଡି ଗିରଫ କରିଛି । ୧୨ ଘଣ୍ଟାରେ ଜେରା ପରେ ତାଙ୍କୁ ଗିରଫ କରାଯାଇଥିଲା । ଜେରାରେ ସେ କୌଣସି ପ୍ରକାର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ମଙ୍ଗଳବାର ତାଙ୍କୁ କୋର୍ଟରେ ହାଜର କରାଯିବ ।

ସୂଚନାନୁସାରେ, ସୋମବାର ଦିନ ୧୧ଟା ୫୫ରେ ଅନିଲ ଇଡି ଅଫିସରେ ପହଁଚିଥିଲେ । ତାଙ୍କୁ ପୂର୍ବରୁ ଇଡି ସମନ ଜାରି କରିଥିଲା । ଏହାପୂର୍ବରୁ ମଧ୍ୟ ତାଙ୍କୁ ଇଡି ଅନେକ ଥର ସମନ ଜାରି କରିଛି । କିନ୍ତୁ ସେ ଉପସ୍ଥିତ ହୋଇନଥିଲେ । ଇଡି ତାଙ୍କୁ ଦୀର୍ଘ ୧୨ ଘଣ୍ଟା ଧରି ଜେରା କରିଥିଲା । ପରେ ତାଙ୍କୁ ଗିରଫ କରାଯାଇଥିଲା । ସେ ତଦନ୍ତରେ ସହଯୋଗ କରୁନଥିବା ମଧ୍ୟ ଇଡି କହିଛି ।

ଗିରଫଦାରୀ ପୂର୍ବରୁ ଅନିଲଙ୍କ ବୟାନ ରେକର୍ଡ କରାଯାଇଛି । ସେ ଅପରାଧରେ ସକ୍ରିୟ ଯୋଦଗାନ କରିଥିବା ନେଇ ଇଡି ପାଖରେ ପ୍ରମାଣ ରହିଛି । ଏନେଇ ଇଡି ତାଙ୍କୁ ପ୍ରଶ୍ନ କରିଥିଲା । ସେ ଉତ୍ତର ନଦେଇପାରି କେବଳ ଅଭିଯୋଗକୁ ଖଣ୍ଡନ କରି ଚାଲିଥିଲେ ।  କିନ୍ତୁ ତଦନ୍ତ ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା । ଅନିଲଙ୍କ ଗିରଫଦାରୀ ପରେ ତାଙ୍କ ପତ୍ନୀ ଓ ପୁଅଙ୍କୁ ମଧ୍ୟ ପଚରାଉଚରା କରାଯିବ । ସେମାନଙ୍କୁ ପୂର୍ବରୁ ଇଡି ସମନ ଜାରି କରିଥିଲା । କିନ୍ତୁ ସେମାନେ ହାଜର ହୋଇନଥିଲେ ।

Leave a Reply

Your email address will not be published. Required fields are marked *