ଅମ୍ପନ: ୬ ଘଣ୍ଟା ଗୁରୁତ୍ଵପୂଣ୍ଣ, ପାରାଦୀପରେ ଗୋଟାଏ ଯାଏ ବିପଦ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସବୁ ସ୍ଥାନରେ ଆମେ ପ୍ରସ୍ତୁତ ରହିଛୁ। ଏଯାଏ କିଛି ବିଶେଷ ହାନୀର ବା କ୍ଷତିର ସୂୂଚନା ଆସି ନାହିଁ।  ସ୍ଵତନ୍ତ୍ର ରିଲିଫ୍‌ କମିଶନରଙ୍କ ଅଫିସରେ ଆଜି ସକାଳୁ ସ୍ଥିତି ଅନୁଧ୍ୟାନ କରିବା ସମୟରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୧୫ କିଲୋମିଟର ଦୂରରେ ଏବେ ବାତ୍ୟା ଅମ୍ପନ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଓ ତୋଫାନ ଅନୁଭୂତ ହେଉଛି। ଆନ୍ତା ୬ ରୁ ଆଠ ଘଣ୍ଟା ଅଧିକ ଗୁରୁତ୍ଵପୂଣ୍ଣ ବୋଲି ସେ କହିଛନ୍ତି।

ଶ୍ରୀ ତ୍ରିପାଠୀ କହିଛନ୍ତି, ରାଜ୍ୟରେ୧ଲକ୍ଷ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଯେଉଁମାନେ କଚ୍ଚାଘରେ ରହିଛନ୍ତି ସେମାନଙ୍କୁ  ସ୍ଥାନାନ୍ତର କରାଯାଇଛି।

ଅସନ୍ତା ୨ଘଣ୍ଟା ଭିତରେ ପାରାଦୀପ ପାର କରିବା ସମ୍ଭାବନା ରହିଛି। ଦିନ ଗୋଟାଏ ପରେ ପାରାଦୀପରେ ଏହାର ପ୍ରଭାବ ପ୍ରଶମିତ ହେବା ସମ୍ଭାବନା ରହିଛି।

ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଗଛ ଭାଙ୍ଗିଛି। ଏହାକୁ ଓଡ୍ରାଫ୍‌ ପକ୍ଷରୁ ସଫା କରାଯାଉଛି।    ବର୍ତ୍ତମାନ ସୁଦ୍ଧା ପାରାଦ୍ୱୀପରେ ୧୪୪ ମିମି ବର୍ଷା ରେକର୍ଡ଼ ହୋଇଛି । ତେବେ ଆଗାମୀ ସମୟରେ ଭୁବନେଶ୍ୱରରେ ପବନର ବେଗ ବଢ଼ିବା ସମ୍ଭାବନା ଅଧିକ ରହିଛି । ପାରାଦ୍ୱୀପ ବାଲେଶ୍ୱର ନିକଟ ଦେଇ ଗତି କରିବ ବାତ୍ୟା ।

Leave a Reply

Your email address will not be published. Required fields are marked *