‘ଧୁମ୍ ୪’ କିମ୍ବା ‘ପୃଥ୍ୱୀରାଜ୍ ଚୌହାନ୍’ରେ ନଜର ଆସିପାରନ୍ତି ବିଗ୍ ବି

ୟଶରାଜ୍ ବ୍ୟାନର୍ ସହିତ ବିଗ୍ ବିଙ୍କ ସମ୍ପର୍କ ବହୁତ ପୁରୁଣା । ‘ଦିୱାର୍’, ‘କଭି କଭି’, ‘ତ୍ରୀଶୂଲ୍’, ‘କାଲା ପଥର୍’, ‘ସିଲସିଲା’ ଓ ‘ମୋହାବତେଁ’ ଭଳି ଆହୁରି ଅନେକ ସୁପରହିଟ୍ ଫିଲ୍ମର ମହାନାୟକ ବିଗ୍ ବି ପୁଣିଥରେ ୟଶରାଜ୍ ବ୍ୟାନରର ଆଗାମୀ ଫିଲ୍ମରେ ଅଭିନୟ କରିପାରନ୍ତି ବୋଲି ଖବର ଆସିଛି । ନିକଟରେ ଆଦିତ୍ୟ ଚୋପ୍ରାଙ୍କ ସହିତ ବିଗ୍ ବିଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ମିଟିଙ୍ଗ୍ ହୋଇଥିଲା । ଏହି ମିଟିଙ୍ଗ୍ ପରେ ସିନେପ୍ରେମୀ ଆକଳନ କରୁଛନ୍ତି ଯେ ବିଗ୍ ବି ଆଦିତ୍ୟଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ସାଇନ୍ କରିପାରନ୍ତି । ଗତ ବର୍ଷ ‘ଠଗସ୍ ଅଫ୍ ହିନ୍ଦୁସ୍ଥାନ୍’ର ବିଫଳତା ପରେ ଆଦିତ୍ୟ ଆଉ ଏକ ନିଆରା ପ୍ରୋଜେକ୍ଟ ସହିତ ଧମାକେଦାର୍ ଏଣ୍ଟ୍ରୀ କରିବାକୁ ଚାହୁଁଛନ୍ତି । ଏବେ ସେ ଦକ୍ଷ ଓ ନାମୀଦାମୀ ନିର୍ଦ୍ଦେଶକ ଓ କଳାକାରଙ୍କ ସନ୍ଧାନରେ ଅଛନ୍ତି । ଫ୍ୟାନ୍ ଫଲୋଇଙ୍ଗ୍ ଅଧିକ ଥିବା ତାରକାଙ୍କୁ ଆଦିତ୍ୟ ନିଜ ପ୍ରୋଜେକ୍ଟରେ ସାମିଲ୍ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ତେଣୁ ଆଦିତ୍ୟଙ୍କ ଆଗାମୀ ଫିଲ୍ମ ‘ଧୁମ୍ ୪’ କିମ୍ବା ‘ପୃଥ୍ୱୀରାଜ୍ ଚୌହାନ୍’ରେ ଅମିତାଭ ପରଦା ଉପରକୁ ଆସିପାରନ୍ତି ।

ଐତିହାସିକ କାହାଣୀ ‘ପୃଥ୍ୱୀରାଜ୍ ଚୌହାନ୍’ ପାଇଁ ଅକ୍ଷୟ ଓ ମାନୁଷୀ ଛିଲ୍ଲର୍ ଫାଇନାଲ୍ ହୋଇସାରିଛନ୍ତି । ଏଥିରେ ବିଗ୍ ବିଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଆଶା କରାଯାଉଛି । ଯଦି ବିଗ୍ ବି ଏହି ଦୁଇଟି ଫିଲ୍ମ ମଧ୍ୟରୁ କୌଣସି ଗୋଟିଏ ଫିଲ୍ମ ପାଇଁ ସାଇନ୍ କରିନ୍ତି, ତେବେ ଦର୍ଶକ ୧୦ ବର୍ଷ ପରେ ଅଭିଷେକ ଓ ବିଗ୍ ବିଙ୍କ ଯୋଡ଼ି କିମ୍ବା ୮ମ ଥର ପାଇଁ ଅକ୍ଷୟ ଓ ବିଗ୍ ବିଙ୍କ ଯୋଡ଼ି ଦେଖିବାକୁ ପାଇବେ ।

Leave a Reply

Your email address will not be published. Required fields are marked *