ଏମ୍ସରେ ଭର୍ତ୍ତି ହେଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଦିନ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଭର୍ତ୍ତି ହୋଇଛନ୍ତି ।
ସୁତ୍ରରୁ ପ୍ରକାଶ ଯେ, ନିଶ୍ୱାସ ପ୍ରଶ୍ୱାସ୍ ନେବାରେ ତାଙ୍କୁ ଅସୁବିଧା ହେବାରୁ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ମେଡିକାଲ ନିଆ ଯାଇଥିଲା ।
ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ତତ୍ୱାବଧାନରେ ମେଡିକାଲ୍ ଟିମ୍ ତାଙ୍କର ଚିକିତ୍ସା କରୁ ଅଛନ୍ତି । ଏମ୍ସର ଓଲ୍ଡ ପ୍ରାଇଭେଟ୍ ୱାର୍ଡରେ ତାଙ୍କୁ ଭର୍ତ୍ତି କରା ଯାଇଅଛି ।
ଗତ ଅଗଷ୍ଟ ୨ ତାରିଖରେ ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଯାହା ସମ୍ପର୍କରେ ଟ୍ୱିଟ୍ କରି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରାଇବା ଲାଗି ଅନୁରୋଧ କରିଥିଲେ ।
ପରେ ଗତ ଅଗଷ୍ଟ ୧୪ ତାରିଖରେ ତାଙ୍କର କରୋନା ଭାଇରସ୍ ଟେଷ୍ଟ ରିପୋର୍ଟ ନେଗେଟିଭ ବାହାରିଥିଲା । ରିପୋର୍ଟ ନେଗେଟିଭ ଆସିବା ପରେ ସେ ଟ୍ୱିଟ କରିଥିଲେ । “ମୁଁ ଭଗବାନଙ୍କୁ ଧନ୍ୟବାଦ ଜଣାଉଛି । ଏହି ସମୟରେ ଯେଉଁମାନେ ମୋର ସ୍ୱାସ୍ଥ୍ୟ ପାଇଁ ଶୁଭକାମନା ଦେଇ ମୋର ଓ ମୋ ପରିବାରର ସାନ୍ତ୍ୱନା ଦେଇଥିଲେ, ମୁଁ ସୋମନଙ୍କ ପ୍ରତି ଆଭାର ବ୍ୟକ୍ତ କରୁଛି ।
ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ର୍ମୁ ଆଉ କିଛି ଦିନ ଲାଗି ହୋମ୍ ଆଇସୋଲେସନରେ ରହିବି । ମେଦାନ୍ତ ହସ୍ପିଟାଲର ସମସ୍ତ ଡାକ୍ତର ଓ ଷ୍ଟାଫ୍ ମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି” ବୋଲି ଟ୍ୱିଟରେ ଉଲ୍ଲେଖ କରିଥିଲେ ଅମିତ ଶାହ ।