ଆଲମାରୀ ବଦଳାଇବ ଆପଣଙ୍କ ଭାଗ୍ୟ
ଘରର ପ୍ରତ୍ୟେକ ଜିନିଷ ସହ ବାସ୍ତୁଶାସ୍ତ୍ରର କିଛି ନା କିଛି ସମ୍ପର୍କ ରହିଛି । ଘର ପାଇଁ ମୁଖ୍ୟ ଆବଶ୍ୟକ ଜିନିଷ ମଧ୍ୟରେ ଆଲମାରୀ ବା ଘରେ ଥିବା ଥାକ ବହୁତ ମହତ୍ତ୍ୱପୂର୍ଣ୍ଣ । ଏହି ଆଲମାରୀ ମଧ୍ୟ ଆପଣଙ୍କ ଭାଗ୍ୟ ଉପରେ ପ୍ରଭାବ ପକାଇଥାଏ ବୋଲି ବାସ୍ତୁଶାସ୍ତ୍ରଜ୍ଞମାନେ କହିଛନ୍ତି । ତେବେ ଆଲମାରୀ ଆପଣଙ୍କ ପାଇଁ କିଭଳି ଭାବେ ସୌଭାଗ୍ୟ ଆଣିଦେବ ଆସନ୍ତୁ ଜାଣିବା –
(୧)କପଡ଼ା ଥିବା ଆଲମାରୀ – ଏହା ମୁଖ୍ୟତଃ ଶୁକ୍ରଗ୍ରହ ସହିତ ସମ୍ବନ୍ଧ ଥାଏ ବୋଲି ବାସ୍ତୁଶାସ୍ତ୍ରଜ୍ଞମାନେ ମତ ଦେଇଛନ୍ତି। ତେଣୁ କପଡ଼ା ରଖିବା ଆଲମାରୀରେ ଟଙ୍କା, ଗହଣା, ଅଫିସର ଜରୁରୀ କାଗଜପତ୍ର କିମ୍ବା ଘର ଦଲିଲ୍ ଆଦି ରଖନ୍ତୁ ନାହିଁ। ଏହା ବ୍ୟତୀତ ଚିରା ପୋଷାକ ମଧ୍ୟ ଆଲମାରୀରେ ରଖନ୍ତୁ ନାହିଁ । ଏହା ସହିତ ଆଲମାରୀରେ ସବୁବେଳେ ପୋଷାକ ସଜାଡ଼ି ଓ ସୁବ୍ୟବସ୍ଥିତ ଢଙ୍ଗରେ ରଖନ୍ତୁ ।
(୨)ରୋଷେଇ ଘର ଆଲମାରୀ – ବାସ୍ତୁ ଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ ଥିବା ଆଲମାରୀ ସୂର୍ଯ୍ୟଗ୍ରହ ସହିତ ଜଡ଼ିତ ଥାଏ । ରୋଷେଇ ଜିନିଷ ଓ ବାସନ ରହୁଥିବା ଏହି ଆଲମାରୀକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ଉଚିତ୍ ନୁହେଁ । ଟିକେ ହଲ୍କା ଖୋଲା ରଖନ୍ତୁ । କାଚ ଓ ପିତଳ ବାସନକୁ ଏକାଠୀ ରଖିବା ଅଶୁଭ ବୋଲି ବିଚାର କରାଯାଏ । ପ୍ରତି ସପ୍ତାହରେ ରୋଷେଇ ଘର ଆଲମାରୀକୁ ସଫା କରିବା ଉଚିତ୍ ।
(୩)ଡ୍ରଇଂରୁମ୍ ଥାକ ବା ଆଲମାରୀ – ଡ୍ରଇଂରୁମ ଥାକରେ କେବେ ମଧ୍ୟ ସଜାଇବା ଜିନିଷ ଅଧିକ ରଖନ୍ତୁ ନାହିଁ । ମଉଳି ଯାଇଥିବା ଫୁଲକୁ ବଦଳାନ୍ତୁ । ଦର୍ପଣ ତିଆରି ଜିନିଷ ଡ୍ରଇଂରୁମ୍ ଥାକରେ ରଖନ୍ତୁ ନାହିଁ । ଏସବୁ ବ୍ୟତୀତ ପ୍ରତିଦିନ ଡ୍ରଇଂରୁମ୍ର ଥାକକୁ ସଫା କରନ୍ତୁ । ଡ୍ରଇଂରୁମ୍ ଥାକ ବା ଆଲମାରୀରେ ଧୁଳି ଜମିଲେ, ତାହା ବାସ୍ତୁଦୋଷ ସୃଷ୍ଟି କରିଥାଏ ବୋଲି ବିଶ୍ୱାସ ରହିଛି ।