ୟୁଟୁବ୍ ଚ୍ୟାନେଲ୍ ଲଞ୍ଚ୍ କରିବା କ୍ଷେତ୍ରରେ ସର୍ବପ୍ରଥମ ବଲିଉଡ୍ ସେଲିବ୍ରିଟି ଆଲିଆ

ଆଜିକାଲି ସୋସିଆଲ୍ ମିଡିଆ ଦ୍ୱାରା ପ୍ରଶଂସକମାନେ ସେମାନଙ୍କର ପ୍ରିୟ ତାରକାଙ୍କ ଆହୁରି ନିକଟତର ହୋଇପାରୁଛନ୍ତି । ଇନଷ୍ଟାଗ୍ରାମ୍ ଓ ଟ୍ୱିଟର୍ ମାଧ୍ୟମରେ ତାରକାଙ୍କ ପ୍ରତ୍ୟେକ ଅପଡେଟ୍ ପ୍ରଶଂସକଙ୍କ ପାଖରେ ପହଞ୍ଚି ପାରୁଛି । କିନ୍ତୁ ଚୁଲବୁଲି ଆଲିଆ ଭଟ୍ଟ ଏ ସବୁରୁ ଆଉ ପାଦେ ଆଗେଇ ଯାଇ ନିଜର ଏକ ୟୁଟୁବ୍ ଚ୍ୟାନେଲ୍ ଲଞ୍ଚ୍ କରିଛନ୍ତି । ବୁଧବାର ଦିନ ଆଲିଆ ଏହି ଚ୍ୟାନେଲ୍ ଲଞ୍ଚ୍ କରିଥିଲେ । ଏହାର ନାଁ ରଖାଯାଇଛି ‘ଆଲିବେ’ । ବି ଟାଉନ୍ ସେଲିବ୍ରିଟିଙ୍କ ମଧ୍ୟରେ ଆଲିଆ ହେଉଛନ୍ତି ପ୍ରଥମ, ଯିଏକି ନିଜସ୍ୱ ଏକ ୟୁଟୁବ୍ ଚ୍ୟାନେଲ୍ ଓପନ୍ କରିଛନ୍ତି ।

ଚ୍ୟାନେଲ୍ ଓପନ୍ କରିବାର ମାତ୍ର ଗୋଟିଏ ଦିନ ଭିତରେ ୮୭ରୁ ଊଦ୍ଧ୍ୱର୍ ବ୍ୟକ୍ତି ଏହାକୁ ସବସ୍କ୍ରାଇବ୍ କରିବା ସହିତ ୨ଲକ୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତି ଏହାକୁ ଲାଇକ୍ କରିଛନ୍ତି । ଏହି ଚ୍ୟାନେଲ୍ ମାଧ୍ୟମରେ ଆଲିଆ ନିଜ ସୁଖଦୁଃଖ ସେୟାର୍ କରିବା ସହିତ ଫିଲ୍ମର ସୁଟିଂ ସମୟରେ କିଛି ମସ୍ତି ଏବଂ କିଛି ବିହାଇଣ୍ଡ୍ ସିନର ଭିଡିଓ ଅପଲୋଡ୍ କରିବେ ବୋଲି ସୂଚନା ମିଳିଛି । ଏହା ସହିତ ଆଲିଆ ତାଙ୍କର ଫିଟନେସ୍ ସିକ୍ରେଟ୍ ଓ ଲାଇଫ୍ ଷ୍ଟାଇଲ୍ ସମ୍ପର୍କିତ କିଛି ଭିଡିଓ ମଧ୍ୟ ସେୟାର୍ କରିବେ ।

Leave a Reply

Your email address will not be published. Required fields are marked *