ବଚ୍ଚନ ପାଣ୍ଡେଙ୍କ ନାୟିକା କୃତି
ବକ୍ସ ଅଫିସର କେଶରୀ ବୋଲାଉଥିବା ଖିଲାଡ଼ି କୁମାର ତାଙ୍କର ଅପକମିଙ୍ଗ ଫିଲ୍ମରେ ବଚ୍ଚନ ପାଣ୍ଡେ ଭୂମିକାରେ ଦର୍ଶକଙ୍କ ସାମନାକୁ ଆସିବେ । ସାଉଥ୍ ଇଣ୍ଡିଆନ୍ ଲୁକରେ ଅକିଙ୍କୁ ଦେଖିବା ପରେ ଫିଲ୍ମ ପ୍ରତି ସିନେପ୍ରେମୀ ଓ ପ୍ରଶଂସକଙ୍କ ମହଲରେ ଏବେ ଅନେକ ଚର୍ଚ୍ଚା । ସାଜିଦ୍ ନାଦିଆୱାଲାଙ୍କ ଏହି ଫିଲ୍ମ ପାଇଁ ଅକି ସାଇନ୍ କରିବା ପରଠାରୁ ନାୟିକା ଖୋଜା ଚାଲିଥିଲା । ଏବେ ଫିଲ୍ମନିର୍ମାତା ଅକିଙ୍କ ଅନସ୍କ୍ରୀନ୍ ନାୟିକା ଭାବେ କୃତି ସେନନଙ୍କୁ ସାଇନ୍ କରିବା ପାଇଁ ମନ ବଳାଇଛନ୍ତି ବୋଲି ଖବର ଆସିଛି । କିନ୍ତୁ ଏ ସମ୍ପର୍କିତ କୌଣସି ସଠିକ୍ ଖବର ମିଳିପାରି ନାହିଁ ।
୨୦୧୪ରେ ରିଲିଜ୍ ହୋଇଥିବା ତାମିଲ୍ ଫିଲ୍ମ ‘ବୀରମ୍’ର ହିନ୍ଦି ରିମେକ୍ ଭାବେ ‘ବଚ୍ଚନ ପାଣ୍ଡେ’ ପ୍ରସ୍ତୁତ ହେଉଛି । ଏହା ଆଗାମୀ ବର୍ଷ ଜାନୁୟାରୀ ୨୬ କିମ୍ବା ଅଗଷ୍ଟ ୧୫ତାରିଖରେ ସିନେମାଘରକୁ ଆସିପାରେ । କାରଣ ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଆସନ୍ତା ମାର୍ଚ୍ଚ ମାସରେ ରିଲିଜ୍ ହେବା ବୋଲି ଖବର ମିଳିଥିଲା । କିନ୍ତୁ ଅକ୍ଷୟ ତାଙ୍କର ଲକି ଡେ’ ଅଗଷ୍ଟ ୧୫ କିମ୍ବା ଜାନୁୟାରୀ ୨୬ ପାଇଁ କୌଣସି ଫିଲ୍ମର ଘୋଷଣା କରିନାହାନ୍ତି । ତେଣୁ ‘ବଚ୍ଚନ ପାଣ୍ଡେ’ ଏହି ଦୁଇଟି ଲକି ଡେ’ ମଧ୍ୟରୁ କୌଣସି ଏକ ତାରିଖରେ ଆସିବ ବୋଲି ଅନୁମାନ କରାଯାଉଛି ।