ଏବେ ମୋବାଇଲ୍‌ରେ ‘କଞ୍ଚାଲଙ୍କା’: ନୂଆ ଓଡ଼ିଆ ଓଟିଟି ପ୍ଲାଟଫର୍ମର ଉନ୍ମୋଚନ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଉଭୟ ଆଣ୍ଡଏଡ୍‌ ଏବଂ ଆପଲ୍‌ ଆପ୍ଲିକେସନ୍‌ ( ଆପ୍‌) ମାଧ୍ୟମରେ ମୋବାଇଲ୍‌ ଓ ସ୍ମାର୍ଟ ଟିଭିରେ ଉପଲବ୍ଧ ହୋଇଛି ନୂଆ ଓଡ଼ିଆ ଓଟିଟି ପ୍ଲାଟ୍‌ଫର୍ମ ‘କଞ୍ଚାଲଙ୍କା’। ଅରିଜିନାଲ୍‌ ଓ୍ବେ୍‌ସିରିଜ୍‌, ଫିଲ୍ମ ସହ ଏହି ପ୍ଲାଟ୍‌ଫର୍ମ ୧୭ ବର୍ଷରୁ ଅଧିକ ବୟସର ଓଡ଼ିଆ ଦର୍ଶକଙ୍କୁ ଟାର୍ଗେଟ କରିଛି। ହାଇଡେଫିନିସନ୍‌ ( ଏଚ୍‌ଡି) ଭଡିଓ, ଇଂରାଜୀ ସବ୍‌ଟାଇଟଲ୍‌ ଏବଂ ବିନା ବିଜ୍ଞାପନରେ ଏହା ଦର୍ଶକଙ୍କୁ ମନୋରଞ୍ଜନର ନୂଆ ସ୍ଵାଦ ଦେବ ବୋଲି ଆଶା ରହିଛି।

‘କଞ୍ଚାଲଙ୍କା’ ଏବେ ଥ୍ରିଲର, କ୍ରାଇମ୍‌, କମେଡି, ରୋମାନ୍ସ, ସସ୍‌ପେନ୍ସ ଧର୍ମୀ ସିରିଜ୍‌କୁ ଏହାର ପ୍ଲାଯ୍‌ଫର୍ମରେ ଆଣିଛି। ନାଁଗୁଡ଼ିକ ବି ବିଶେଷ ଆକର୍ଷଣୀୟ ହୋଇଛି। ଓଡ଼ିଆ କମେଡ଼ି କଳାକାର ପପୁ ପମ୍‌ପମ୍‌ଙ୍କର ଏକ କମେଡ଼ି ସିରିଜ୍‌ ବି ଏଥିରେ ରହିଛି ଯାହାର ନାଁ ହେଲା ହାଲୋ ରାବଣ। ସେହିପରି ହୃଦୟ ସିଂ, ଝିଲିକ୍‌ ପାଲ୍‌ଙ୍କ ଅଭିନୀତି ପ୍ରାକ୍ଟିକାଲ୍‌ ଲାଇଫ୍‌, ଅଭିଶେକ ଗିରି ଓ ସୋନାଲି ମଲ୍ଲିକଙ୍କ ଅର୍ବାନ୍‌ ‘ପିଜି’ ଯୁବ ପିଢ଼ିଙ୍କୁ ଆକର୍ଷିତ କରିବେ ବୋଲି ଆଶା କରାଯାଇଛି। କ୍ରାଇମ୍‌ ଥ୍ରିଲର ‘ଲାଷ୍ଟ ଫୋନ୍‌କଲ୍‌’ରେ ରହିଛି ୫ଟି ଏପିସୋଡ୍‌। ଅଶ୍ଵିନୀ ରାୟ ମହାପାତ୍ର, ସୁଚିତ୍ରା ବିଶ୍ଵାସ ଏହାର ମୁଖ୍ୟ ଚରିତ୍ରରେ ରହିଛନ୍ତି। ଦେବେନ୍ଦ୍ର ଏହାକୁ ନିର୍ଦେଶ ଦେଇଛନ୍ତି। ସିରିଜ୍‌ର ଇଣ୍ଟେ୍ରାଡକ୍ସନ୍‌ରେ ଏକ ନବ ବିବାହିତ ଦମ୍ପତ୍ତିଙ୍କ ହନିମୁନ୍‌ ଟ୍ରିପ୍‌ରେ ଆସିଥିବା ଟ୍ବିଷ୍ଟକୁ ବଣ୍ଣନା କରାଯାଇଛି।

ଏସବୁ ପରେ ଆଧ୍ୟାତ୍ମ ଭିତ୍ତିମ ମା’ ସମେଲେଶ୍ଵରୀ ରାଜ୍ୟର ପଶ୍ଚିମାଞ୍ଚଳ ଦର୍ଶକଙ୍କୁ ଯଥେଷ୍ଟ ପ୍ରଭାବିତ କରିବା ଆଶା କରାଯାଉଛି।

ଆପଣଙ୍କୁ ଏସବୁ ଦେଖିବା ଲାଗି କିନ୍ତୁ ଆପ୍ଲିକେସନ୍‌କୁ ଆପଲ୍‌ କିମ୍ବା ଗୁଗଲ୍‌ ପ୍ଲେଷ୍ଟୋରରରୁ ଡାଉନ୍‌ଲୋଡ୍‌ କରିବାକୁ ପଡ଼ିବ। ପୁଣି ଆପ୍‌ରେ ପ୍ରମୋ ଗୁଡ଼ିକ ମାଗଣା ଥିଲେ ମଧ୍ୟ ପୁରା ସିରିଜ୍‌ ଦେଖିବାକୁ ଆପଣଙ୍କୁ ପେଡ୍‌ ମେମ୍ବର ହେବାକୁ ହେବ। ପୁଣି ମେମ୍ବରଶିପ୍‌ ଦେୟ ଯଥେଷ୍ଟ କମ୍‌ ରହିଛି। କେତେ ପଚାରୁଛନ୍ତି? ବର୍ଷକୁ ୩୪୯ ଟଙ୍କା। ପୁଣି ଯଦି ତିନିମାସିଆ ମେମ୍ବରଶିପ୍‌ ଚାହୁଁଛନ୍ତି ତେବେ ମାତ୍ର ୧୪୯ ଟଙ୍କା ଏବଂ ୬ ମାସକୁ ୨୪୯ ଟଙ୍କା ଦେବାକୁ ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *