ପୁଣିଥରେ ବାପା ଭୂମିକାରେ ଆସିବେ ଅଜୟ
ଅଜୟ ଦେବଗନ୍ ଏଭଳି ଜଣେ ଅଭିନେତା ଯିଏକି ନିଜ ବୟସକୁ ମ୍ୟାଚ୍ କରିବା ଭଳି ଚରିତ୍ରରେ ଅଭିନୟ କରିବାକୁ କେବେ ମଧ୍ୟ କୁଣ୍ଠା ବୋଧ କରିନାହାନ୍ତି । ମେକଅପ୍ ଦ୍ୱାରା ନିଜ ବୟସକୁ କମ୍ କରି କୌଣସି ଫିଲ୍ମରେ ହିରୋ ହେବା ପାଇଁ ଅଜୟ ଚାହୁଁନାହାନ୍ତି । ନିକଟରେ ରିଲିଜ୍ ହୋଇଥିବା ‘ଦେ ଦେ ପ୍ୟାର୍ ଦେ’ରେ ଅଜୟ ୫୦ ବର୍ଷର ଜଣେ ବ୍ୟକ୍ତିଙ୍କ ଭୂମିକାରେ ଅଭିନୟ କରିଥିଲେ । ଏଥିରେ ଅଜୟ ବାପା ଭୂମିକାରେ ପରଦା ଉପରକୁ ଆସିଥିଲେ । ଏହି ଫିଲ୍ମ ପରେ ଅଜୟ ଆଗାମୀ ଦୁଇଟି ଫିଲ୍ମରେ ମଧ୍ୟ ବାପା ଭୂମିକାରେ ଦର୍ଶକଙ୍କ ସାମନାକୁ ଆସିବେ ବୋଲି ଖବର ମିଳିଛି ।
ଲଭ୍ ରଞ୍ଜନଙ୍କ ଆଗାମୀ ଫିଲ୍ମରେ ରଣବୀର୍ କପୁରଙ୍କ ପିତା ଭାବେ ଅଜୟଙ୍କୁ ସାଇନ୍ କରାଯାଇଛି । ଏହା ବ୍ୟତୀତ ବାହୁବଳୀ ଫେମ୍ ଏସ୍ ଏସ୍ ରାଜାମୌଳୀଙ୍କ ଫିଲ୍ମ ‘ଆରଆରଆର୍’ରେ ମଧ୍ୟ ଅଜୟଙ୍କୁ ବାପା ଭୂମିକାରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏ ସମ୍ପର୍କରେ ରାଜମୌଳୀ କୌଣସି ଔପଚାରିକ ଘୋଷଣା କରିନାହାନ୍ତି । ଅଜୟ ତାଙ୍କର ଆଗାମୀ ଫିଲ୍ମ ‘ଭୁଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’, ‘ତାନାଜୀ ଓ ‘ଅବଦୁଲ୍ ରହିମ୍’ଙ୍କ ବାୟୋପିକ୍ ପାଇଁ ପୂର୍ବପ୍ରସ୍ତୁତି ଜାରି ରଖିଛନ୍ତି ।