୮ରୁ ଏୟାର ଇଣ୍ଡିଆ ଉଡ଼ାଣ : ଲଣ୍ଡନ, ସିଙ୍ଗାପୁର, ଯୁକ୍ତରାଷ୍ଟ୍ର ଆମେରିକା ଯିବ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶର ବିଭିନ୍ନ ଅଞ୍ଚଳରେ ପଶିଥିବା ବିଦେଶୀ ଏବଂ ଅନ୍ୟ ଦେଶରେ କାମ କରୁଥିବା ଭାରତୀୟଙ୍କ ଲାଗି ସୁଯୋଗ ଖୋଲିଛି ଏୟାର ଇଣ୍ଡିଆ। ଭାରତ ସରକାରଙ୍କ ଏହି ବିମାନ ସେବା ପ୍ରଦାନକାରୀ କମ୍ପାନୀ ଲଣ୍ଡନ, ସିଙ୍ଗାପୁର ଏବଂ ଯୁକ୍ତରାଷ୍ଟ୍ର ଆମେରିକାର କିଛଇ ଅଞ୍ଚଳ ପାଇଁ ନିଜର ଉଡ଼ାଣ ଆରମ୍ଭ କରିବ ବୋଲି ସୂଚନା ଦେଇଛି। ତେବେ ଏହି ଉଡ଼ାଣ ନିର୍ଦିଷ୍ଟ ସମୟ ପାଇଁ ରହିବ। ମାତ୍ର ୭ ଦିନ ଅର୍ଥାତ୍‌ ୧୪ ତାରିଖ ଯାଏ ଏହି ସ୍ଵତନ୍ତ୍ର ଉଡ଼ାଣ ଜାରି ରହିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

ଯେଉଁମାନେ ଏହି ସମୟରେ ସମ୍ପୃକ୍ତ ଦେଶଗୁଡ଼ିକୁ ଯିବାକୁ ଚାହୁଁଛନ୍ତି ସେମାନେ http://www.airindia.in/ ଲଗ୍‌ଇନ୍‌ କରିବାକୁ କୁହାଯାଇଛି।

ଏ ଭିତରେ ଲଣ୍ଡନ ପାଇଁ ଯେଉଁ ପ୍ରଥମ ଉଦ୍ଧାରକାରୀ ଉଡ଼ାଣ ଏୟାର ଇଣ୍ଡିଆ ସ୍ଥିର କରିଥିଲା ତାହାକୁ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଛି। କାରଣ କ୍ରିୟୁ ସଦସ୍ୟଙ୍କ ନମୁନା ପରୀକ୍ଷଣ ରିପୋର୍ଟ ଏଯାଏ ଆସି ନାହିଁ।

ସାନ୍‌ଫ୍ରାନ୍ସିକୋ ଯିବା ପାଇଁ ଆଜି ଧାର୍ଯ୍ୟ ହୋଇଥିବା ଉଡ଼ାଣକୁ ୮ ତାରିଖ ସକାଳ ୩ଟା ୩୦ରେ ଇନ୍ଦିରାଗାନ୍ଧି ଏୟାରପୋର୍ଟରୁ ଛାଡ଼ିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ସେହିପରି ମୁମ୍ବାଇରୁ ଲଣ୍ଡନ ଯିବାକୁ ଥିବା ଉଡ଼ାଣ ସକାଳ ସାଢ଼େ ଛଅଟାରେ ମୁମ୍ବାଇ ଛାଡ଼ିବ।

 

Leave a Reply

Your email address will not be published. Required fields are marked *