ବଜେଟରେ ମୋଦି ସରକାର କୃଷିଋଣ ଛାଡ଼ ଘୋଷଣା କରିବେ

ଲୋକସଭା ନିର୍ବାଚନ ଆଉ ମାତ୍ର ମାସ କେଇଟା ବାକି ରହିଲା। ନିର୍ବାଚନକୁ ଆଖି ଆଗରେ ରଖି କୃଷକମାନଙ୍କୁ ଖୁସି କରିବା ପାଇଁ ଆଗାମୀ ବଜେଟରେ ବଡ଼ ଘୋଷଣା କରିବାକୁ ଯାଉଛନ୍ତି। ଅର୍ଥାତ୍ ବର୍ତ୍ତମାନ ଦେଶରେ ଜୋର ଧରିଥିବା କୃଷିଋଣ ଛାଡ଼ କରିବାକୁ ଯାଉଛନ୍ତି। ଦେଶର ଯେଉଁ କୃଷକମାନଙ୍କ ପାଖରେ ୧୦ଏକର ଜମି ରହିଛି ତା ମଧ୍ୟରୁ ୪ହେକ୍ଟର ପର୍ଯ୍ୟନ୍ତ କୃଷି ଜମି ଉପରେ କୃଷିଋଣ ଛାଡ଼ କରିବାକୁ ଯାଉଛନ୍ତି। କେବଳ ସେତିକି ନୁହେଁ ବଜେଟ ବ୍ୟବସ୍ଥା ପରେ ବି ମୋଦି ସରକାର ଅନେକ କିଛି ସହାୟତା ମଧ୍ୟ ଘୋଷଣା କରିବେ ବୋଲି ଆଲୋଚନା ହେଉଛି।

କୃଷିଋଣ ଛାଡ଼ର ହିସାବ କ’ଣ?

୨୦୧୧-୧୨ଜନଗଣନାରେ କୃଷିକ୍ଷେତ୍ରର ପରିମାଣ ଜଣାପଡ଼ିଛି। ଏହି ଜନଗଣନା ଆଧାରରେ କୃଷିଋଣ ଛାଡ଼ ପାଇଁ ୧୦ଏକର ସୀମା ନିର୍ଦ୍ଧାରଣ କରାଯାଇଛି। ୨୦୧୧ ଜନଗଣନା ଅନୁସାରେ ୪.୯% କୃଷକଙ୍କ ପାଖରେ ଦେଶର ୩୨% ଚାଷ ଉପଯୋଗୀ ଜମି ରହିଛି। ୧୦ଏକର ଜମି ଋଣ ଛାଡ଼ କରିବା ଦ୍ୱାରା ଧନୀ ଓ ପ୍ରଭାବଶାଳୀ କୃଷକମାନେ ଋଣଛାଡ଼ର ସୁବିଧା ହାସଲ କରିପାରିବେ ନାହିଁ। ଏହି କୃଷିଋଣ ଛାଡ଼ କରି ମୋଦି ସରକାର ଅଧିକରୁ ଅଧିକ କୃଷକମାନଙ୍କୁ ନିଜ ସରକାର ପ୍ରତି ସମର୍ଥନ ହାସଲ କରିବା ଯୋଜନାରେ ଅଛନ୍ତି।

କିଏ ଉପକୃତ ହେବେ?

କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ଏହି କୃଷିଋଣ ଛାଡ଼ରୁ ଲାଭ ମିଳିବ ବୋଲି ମୋଦି ସରକାର ଆକଳନ କରିଛି। ନାମାମତ୍ର ଚାଷୀମାନଙ୍କ ନିକଟରେ ହାରାହାରୀ ଏକ ହେକ୍ଟରରୁ କମ‍୍‌ ଚାଷ ଜମି ରହିଥିବାବେଳେ କ୍ଷୁଦ୍ର ଚାଷୀମାନଙ୍କ ନିକଟରେ ୩.୫୧ ହେକ୍ଟର ଚାଷ ଜମି ରହିଛି ବୋଲି ୨୦୧୧ ଜନଗଣନା ରିପୋର୍ଟରେ ପ୍ରକାଶପାଇଛି। ଏହି ଯୋଜନା ଲାଗୁ କଲେ ବଡ଼ ବଡ଼ ଚାଷୀମାନେ କୃଷିଋଣ ଛାଡ଼ରୁ ଲାଭ ପାଇବେ ନାହିଁ। ଯେଉଁ ଚାଷୀମାନେ ଭାଗଚାଷ କରୁଛନ୍ତି ସେମାନଙ୍କୁ ଏହି କୃଷିଋଣ ଛାଡ଼ରେ ସାମିଲ କରାଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

କୃଷକଙ୍କ ପାଇଁ ମେଗା ପ୍ୟାକେଜ

ନୀତି ଆୟୋଗର ସରକାରଙ୍କୁ ନିବେଦନ କରିଥିଲା ଯେ କୃଷକମାନଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ଦିଆଯାଉ । ଖରିବ ଓ ରବି ଋତୁରେ ଏହା ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ । ଏହି ନିବେଦନ ଅନୁସାରେ ସରକାର ସିଜନର ଆରମ୍ଭ ପୂର୍ବରୁ ୧୫ ହଜାରର ୫୦ ପ୍ରତିଶତ ୭୫୦୦ର ଲାଭ ନିର୍ବାଚନ ପୂର୍ବରୁ ଦେବା ପାଇଁ ପ୍ରସ୍ତୁତି କରୁଛି । କିଛି ଦିନ ପୂର୍ବରୁ ଝାରଖଣ୍ଡର ବିଜେପି ସରକାର ଏହି ଯୋଜନା ଲାଗୁ କରିଥିଲା ।

Leave a Reply

Your email address will not be published. Required fields are marked *