ଦୀର୍ଘ 80 ଦିନ ପରେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଲା ବିଶ୍ୱର ସବୁଠାରୁ ଧନୀ ମନ୍ଦିର

ତିରୁପତି, (ଓଡିଶା ଟାଇମ ) : ଦୀର୍ଘ 80 ଦିନ ପରେ ଖୋଲିଲା ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର ବିଶ୍ୱପ୍ରସିଦ୍ଧ ତିରୁପତି ମନ୍ଦିର । ମନ୍ଦିରକୁ ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କ ମୁହଁରେ ମାସ୍କ ପିନ୍ଧିଥିବା ବେଳେ ମନ୍ଦିର ପରିସରରେ କେଶ କାଟୁଥିବା ନାପିତ ମାନେ ପିପିଇ କିଟ ପିନ୍ଧିଥିବା ଦେଖିବାକୁ ମିଳିଛି । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ମନ୍ଦିରକୁ ଆସୁଥିବା ସମସ୍ତ ଦର୍ଶନାର୍ଥୀ ମାନଙ୍କ ପାଇଁ ମନ୍ଦିର ପ୍ରଶାସନ ଅନେକ ଦିଶା ନିର୍ଦ୍ଦେଶ ଜାରି କରିଛି । ଭକ୍ତମାନଙ୍କ ପାଇଁ ସାମାଜିକ ଦୂରତା ଏବଂ ମାସ୍କର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି ।

80 ଦିନ ଧରି ବନ୍ଦ ରହିବା ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯାଇଥିବା ମନ୍ଦିର ପରିସରରେ କାହାକୁ ମାସ୍କ ବିନା ଯିବାକୁ ଅନୁମତି ଦିଆଯାଉନାହିଁ ଏବଂ ନିୟମିତ ବ୍ୟବଧାନରେ ଭକ୍ତି ଗୀତ ବଜାଉଥିବା ଲାଉଡ ସ୍ପିକରଗୁଡ଼ିକ ଦ୍ୱାରା ଲୋକମାନଙ୍କୁ ସତର୍କ କରାଇ ଦିଆଯାଉଛି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ନିମନ୍ତେ ।

ପ୍ରକୃତରେ, କେନ୍ଦ୍ରର ନିର୍ଦ୍ଦେଶାବଳୀ ଅନୁଯାୟୀ, ଜୁନ୍ 8 ରୁ ମନ୍ଦିରର ଦ୍ୱାର ଖୋଲାଯାଇଥିଲା, କିନ୍ତୁ କେବଳ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ର କର୍ମଚାରୀଙ୍କୁ ପରୀକ୍ଷଣ ଭାବେ ଠାକୁରଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା ।  ସାଧାରଣ ଭକ୍ତମାନଙ୍କ ପାଇଁ ତିନି ଦିନର ପରୀକ୍ଷା ପରେ, ଜୁନ୍ ୧୧ ରୁ କବାଟ ଖୋଲାଯାଇଛି ।

Leave a Reply

Your email address will not be published. Required fields are marked *