ସ୍କୁଲ ନିକଟରେ ବିସ୍ଫୋରଣ : ମୃତ୍ୟୁସଂଖ୍ୟା ୬୩କୁ ବୃଦ୍ଧି

କାବୁଲ, (ଓଡିଶା ଟାଇମ୍) :ଆଫଗାନିସ୍ତାନ ରାଜଧାନୀ କାବୁଲରେ ଏକ ସ୍କୁଲ ନିକଟରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶନିବାର ଦିନ ବାଳିକା ବିଦ୍ୟାଳୟ ନିକଟରେ ଲଗାତାର ତିନୋଟି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି । ବିସ୍ଫୋରଣରେ ୧୫୦ରୁ ଅଧିକ ଲୋକ ଆହତ ହୋଇଥିଲେ । ବିସ୍ଫୋରଣରେ ଆହତଙ୍କ ମଧ୍ୟରେ ଯୁବତୀମାନଙ୍କ ସଂଖ୍ୟା ଅଧିକ ରହିଛି ।

ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଗନି ଏହି ଆକ୍ରମଣକୁ ନିନ୍ଦା କରି ମଙ୍ଗଳବାର ଦିନ ଦେଶରେ ଶୋକ ଦିବସ ପାଳନ କରିବାକୁ ଘୋଷଣା କରିଛନ୍ତି । ସେ ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସମୂହ ତାଲିବାନକୁ ଦାୟୀ କରିଛନ୍ତି । ତାଲିବାନର ଜଣେ ମୁଖପାତ୍ର ଗନିଙ୍କ ଏହି ଅଭିଯୋଗକୁ ଅସ୍ବୀକାର କରିହା ସହ ଆତଙ୍କବାଦୀ ସମୂହ ଇସଲାମିକ୍ ଷ୍ଟେଟକୁ ଆକ୍ରମଣ ପାଇଁ ଦାୟୀ କରିଛନ୍ତି ।

Leave a Reply

Your email address will not be published. Required fields are marked *