ଆଫଗାନିସ୍ତାନ ପ୍ରସଙ୍ଗ : ଗୁରୁବାର ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଫଗାନିସ୍ତାନ ପ୍ରସଙ୍ଗରେ ବିଚାରବିମର୍ଶ ପାଇଁ ଭାରତ ସରକାର ସର୍ବଦଳୀୟ ବୈଠକ ଡକାଇଛନ୍ତି। ଆସନ୍ତା ଗୁରୁବାର, ୨୬ତାରିଖରେ ସଂସଦର ମୁଖ୍ୟ କମିଟି ପ୍ରକୋଷ୍ଠରେ ଆୟୋଜିତ ଏହି ବୈଠକରେ ବିଶେଷ ଭାବେ ସାଂସଦମାନେ ଉପସ୍ଥିତ ରହିବେ। ଉକ୍ତ ସଂକଟ ନେଇ ଭାରତ ସରକାର ନିଜର ଆଭିମୁଖ୍ୟ ସରକାର ସ୍ପଷ୍ଟ କରିବେ। ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହାର ପରିଚାଳନା କରିବେ। ସଂସଦର ମୌସୁମି ଅଧିବେଶନ ପୂର୍ବରୁ ସୀମାନ୍ତରେ ଚୀନ୍‌ର ଦାଦାଗିରି ସମ୍ପର୍କରେ ଆଲୋଚନା ପାଇଁ ଏଭଳି ସମସ୍ତ ରାଜନୈତିକ ଦଳଙ୍କର ବୈଠକ ଅାହ୍ବାନ କରିଥିଲେ। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଜର୍ମାନୀ ଚାନ୍‌ସେଲର୍‌ ଆଞ୍ଜେଲା ମର୍କେଲଙ୍କ ସହ ଆଫଗାନିସ୍ତାନ ସଂକଟ ଉପରେ ଆଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *