ରେଳ ଧାରଣାରୁ କଡରୁ ମିଳିଲା ସମାଜସେବୀ ଆଦିତ୍ୟଙ୍କ ମୃତ ଦେହ, ହତ୍ୟା ସନ୍ଦେହ

ଭୁବନେଶ୍ବର, (ଓଡିଶା ଟାଇମ୍) :  ଆଦିତ୍ୟ ଦାସ ଚିରଦିନ ପାଇଁ ଆଜି ଆଖି ବୁଜିଛନ୍ତି। ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ମୋଟିଭେସନାଲ ସ୍ପିକର ତଥା ସମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ଖବର ପାଇବାପରେ ତାଙ୍କ ପ୍ରଶଂସକଙ୍କୁ ଗଭୀର ଆଘାତ ଲାଗିଛି। ମୃତ୍ୟୁର କରାଣ ଅସ୍ପଷ୍ଟ ଥିବାବେଳ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ କଡ଼ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।  ଗତ ମାସ ୯ ତାରିଖରେ କଟକ ଖପୁରିଆରେ ତାଙ୍କର ବିବାହ ହୋଇଥିଲା। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାକୁ  ନେଇ ସନ୍ଦେହ ଲାଗିରହିଛି।

ଘଟଣାସ୍ଥଳରେ ରେଲୱେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତକାଲି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମାନ୍ୟ ପାଟିତୁଣ୍ଡ ହୋଇଥିଲା। ଆଦିତ୍ୟ ସନ୍ଧ୍ୟାରେ ରାଗି ପାଟି କରିବା ପରେ ଘର ଫ୍ରିଜ ଭିତରେ ମୋବାଇଲ ଓ ଘର ଚାବି ରଖି ପଳାଇ ଯାଇଥିଲେ। ତେବେ ଆଦିତ୍ୟ ଗୁଣିଗାରେଡ଼ିକୁ ଭୟ କରୁଥିଲେ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେଇ ନେଇ ଏଯାଏ ସ୍ପଷ୍ଟ ହୋଇନାହିଁ। ଯଦି ସେ ଆତ୍ମହତ୍ୟା କରିଛନ୍ତି, ତେବେ କେଉଁ କାରଣରୁ ଏହି ଚରମ ନିଷ୍ପତ୍ତି ନେଲେ ତାହା ସନ୍ଦେହରେ ରହିଛି। ତେବେ ମୃତ୍ୟୁ ପୂର୍ବରୁ ତାଙ୍କ ଫେସ୍‌ବୁକ ପୋଷ୍ଟ ଦେଖିଲେ ସେ କୌଣସି କାରଣରୁ ମାନସିକ ଚାପରେ ଥିବା ଅନୁମାନ କରାଯାଉଛି।

ମୃତ୍ୟୁ ପୂର୍ବରୁ ଗତକାଲି ସନ୍ଧ୍ୟା ୭ .୧୪ରେ ସେ ତାଙ୍କ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ ” ମୃତ୍ୟୁ ଯେତେବେଳେ ଆସେ ବହୁତ ଧୀର ଧୀରେ ଆସେ, କେହି ଜାଣିପାରନ୍ତି ନାହିଁ।” ଏହି ସବୁ ଘଟଣାକୁ ବିଚାରକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *