ପୁଲ୍‌ୱାମା ଆତଙ୍କୀ ଆକ୍ରମଣ: ଆଦିଲ୍‌ ସେହି ପିଶାଚର ନାଁ

ଗୁରୁବାର ଜମ୍ମୁ-ଶ୍ରୀନଗର ରାଜପଥର ପୁଲ୍‌ୱାମାଠାରେ ହୋଇଥିବା ଆତ୍ମଘାତୀ କାର୍‌ ବୋମା ବିସ୍ଫୋରଣରେ ଯିଏ ନର ରାକ୍ଷାସ ପାଲଟିଥିଲା ତା’ ନାଁ ହେଲା ଆଦିଲ୍‌ ଅହମ୍ମଦ ଡର୍‌। ଗତବର୍ଷ ସେ ପାକିସ୍ତାନ ଭିତ୍ତିକ ଜୈଶ ଇ ମହମ୍ମଦ ଆତଙ୍କୀ ସଂଗଠନରେ ଯୋଗ ଦେଇଥିଲା। ଆତଙ୍କୀ ଆକ୍ରମଣ ପୂବର୍ର୍ରୁ ଜାରି କରିଥିବା ଏକ ଭିଡିଓରେ ଆଦିଲ୍‌ କହିଛି ‘ମୋର ଲକ୍ଷ୍ୟ ପୂରଣ ହେବାକୁ ଯାଉଛି। ମୁଁ ଯେଉଁ କାମ ପାଇଁ ଯୋଗ ଦେଇଥିଲି ସେଥିଲାଗି ମୋତେ ସୁଯୋଗ ମିଳିଛି’ ।

୨୨ ବର୍ଷୀୟ ଆଦିଲ୍‌ର ଘର ଘଟଣା ଘଟିଥିବା ପୁଲ୍‌ୱାମା ଜିଲ୍ଲା ଗୁ ଗାଁରେଣ୍ଡିବାଗ୍‌। ଏହି ଗାଁଟି ଘଟଣାସ୍ଥଳଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ। ୨୦୧୭ ମସିହାରେ ସେ ସ୍କୁଲ୍‌ ଛାଡ଼ି ଆତଙ୍କୀ ସଂଗଠନରେ ଯୋଗ ଦେଇଥିଲା। ଆଉ ବର୍ଷକ ପରେ ସେ ଏପରି ଏକ କାଣ୍ଡରେ ଅସ୍ତ୍ର ଭାବେ ନିେ୍ରାଜିତ ହେଲା ଯାହାଦ୍ଵାରା ସେ ନିଜ ଜୀବନ ହରାଇବା ସହ ୪୪ଜଣଙ୍କ ପ୍ରାଣ ନେବାରେ ସକ୍ଷମ ହୋଇପାରିଲା।

Leave a Reply

Your email address will not be published. Required fields are marked *