ଅଭିନେତା ବିଜୟ ମହାନ୍ତି ଅସୁସ୍ଥ: ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର,(ଓଡ଼ି଼ିଶା ଟାଇମ୍): ବରିଷ୍ଠ ଓଲିଓଡ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହୃଦଘାତ ଯୋଗୁ ମେଡିକାଲରେ ଚିକିତ୍ସାଧିନ ଥିବା ଜଣାପଡିଛି ।
ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପତ୍ନୀ ତନ୍ଦ୍ରା ରାୟ ସୂଚନା ଦେଇ କହିଛନ୍ତି, କାଲି ମେଡିକାଲ୍ ଚେକ୍ ପାଇଁ ଆସିଥିବା ବେଳେ ହୃଦଘାତ୍ ହୋଇଥିଲା । ଗତ ୩-୪ ମାସ ହେବ ସେ ଡାଇବେଟିସ୍ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ଏହାପରେ ତାଙ୍କର ଏକ ଛୋଟ ଅପରେସନ୍ କରାଯାଇଥିଲା । ଏଥିରେ ସେ ସୁସ୍ଥ ହୋଇଥିଲେ । କାଲିଠାରୁ ଓଉଟରେ ଅଛନ୍ତି, ଆଜି ସ୍ୱାସ୍ଥ୍ୟାବସ୍ଥା ଟିକେ ଭଲ ଅଛି ।
ଓଡ଼ିଆ ସିନେ ଜଗତର ବରିଷ୍ଠ ଅଭିନେତାମାନଙ୍କ ମଧ୍ୟରୁ ଜଣେ ହେଲେ ବିଜୟ ମହାନ୍ତି। ସେ ‘ନାଗଫାସ’ ଚଳଚ୍ଚିତ୍ରରୁ ଆରମ୍ଭ କରି ‘ସେଲଫିସ୍ ଦିଲ୍’ ଯାଏଁ ଶତାଧିକ ଓଡ଼ିଆ ସିନେମାରେ ବିଭିନ୍ନ ଭୂମିକାରେ ନଜର ଆସିଛନ୍ତି। ତାଙ୍କୁ ଦର୍ଶକ ନାୟକ, ଖଳନାୟକ, ହାସ୍ୟ ଅଭିନେତା ଓ ଚରିତ୍ର ଅଭିନେତା ଭାବେ ଭାବେ ପସନ୍ଦ କରିଛନ୍ତି। ଭେଟେରାନ୍ ବିଜୟ ମହାନ୍ତି ଓଲିଉଡରେ ଅଧିକ ସକ୍ରିୟ ଥିବା କାରଣରୁ ଦର୍ଶକ ତାଙ୍କୁ ବେଶ୍ ପସନ୍ଦ କରନ୍ତି।