ଇଡିରେ ହାଜର ହେଲେ ଅଭୟ ପାଠକ, ଠକେଇ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ହାଜର

ଭୁବନେଶ୍ବର, (ଓଡିଶା ଟାଇମ୍): ଇଡିରେ ହାଜର ହେଲେ ପୂର୍ବତନ IFS ଅଭୟକାନ୍ତ ପାଠକ । ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହେଲେ ଅଭୟ ପାଠକ । ଚାକିରି ଦେବା ନାଁରେ ଠକେଇ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ହୋଇଛନ୍ତି ହାଜର । ପୂର୍ବରୁ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକକୁ ଜେରା କରିଥିଲା ଇଡି ।

ସୂଚନାଯୋଗ୍ୟ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ IFS ଅଭୟକାନ୍ତଙ୍କ ଘରେ ରେଡ୍‌ କରାଯାଇଥିଲା । ଚଢାଉରେ IFS ଅଭୟକାନ୍ତଙ୍କ ଅମାପ ସମ୍ପତ୍ତି ବିଷୟରେ ତଥ୍ୟା ପାଇଥିଲା ଭିଜିଲାନ୍ସ ଟିମ୍‌ । ଭିଜିଲାନ୍ସରୁ ତଦନ୍ତ ଅନୁଯାୟୀ ଅଭୟକାନ୍ତଙ୍କ ସଂପତ୍ତି ଆୟଠୁ ୪୩୫ ପ୍ରତିଶତ ଅଧିକ ରହିଛି। ଗିରଫ ହୋଇ ଜେଲ୍‌ରେ ଥିବା ଅଭୟ ପାଠକଙ୍କୁ ପରେ କୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିଲେ । କିନ୍ତୁ ଚାକିରି ଦେବା ନାଁରେ ଠକେଇ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଇଡି ଜେରା କରୁଛି । ପୂର୍ବରୁ ମଧ୍ୟ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଜେରା କରିଥିଲା ଇଡି।

Leave a Reply

Your email address will not be published. Required fields are marked *