କରୋନାରୁ ସୁସ୍ଥ ହେଲେ ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନାରୁ ସୁସ୍ଥ ହେଲେ ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ । ଆଜି ତାଙ୍କର କରୋନା ଟେଷ୍ଟ ହୋଇଥିଲା ଯେଉଁଥିରୁ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବା ଟ୍ୱିଟ୍ କରି ଅଭିଷେକ ସୂଚନା ଦେଇଛନ୍ତି । ଟ୍ୱିଟ୍ କରି ଅଭିଷେକ ଲେଖିଛନ୍ତି ଯେ, ସେ କରୋନାକୁ ମାତ୍ ଦେଇଛନ୍ତି । ପ୍ରଶଂସକଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ସେ କରୋନାକୁ ମାତ୍ ଦେଇଥିବା ଟ୍ୱିଟ୍ କରିଛନ୍ତି ଅଭିଷେକ ।
ଏଥି ସହିତ ଅଭିଷେକଙ୍କ ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିଥିବା ସମସ୍ତଙ୍କୁ ଅଭିଷେକ ଧନ୍ୟବାଦ ଜଣାଇବା ସହ ନାନାବତୀ ହସ୍ପିଟାଲର ଡାକ୍ତର, ନର୍ସ ଏବଂ ସମସ୍ତ କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।