ସୋଆ ସଂସ୍ଥାପକଙ୍କୁ ସିଏସ୍‍ଆର ଶ୍ରେଷ୍ଠତା ପୁରସ୍କାର, ସୋଆକୁ ମଧ୍ୟ ଦେଶର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସିଏସ୍‍ଆର ମାନ୍ୟତା

ଭୁବନେଶ୍ୱର,(ଓଡ଼ିଶା ଟାଇମ୍):ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସଂସ୍ଥାପକ ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ କମ୍ପିଟିସନ୍ ସକ୍ସେସ୍ ରିଭ୍ୟୁ-CSR ମ୍ୟାଗାଜିନ ତରଫରୁ ଚଳିତ ବର୍ଷର ଶ୍ରେଷ୍ଠତା ପୁରସ୍କାର ପ୍ରଦାନ କରାଯାଇଛି।ଏହାଛଡ଼ା ସୋଆ ମଧ୍ୟ ଚଳିତ ବର୍ଷ CSRର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବାର ଗୌରବ ହାସଲ କରିଛି।  CSR ମ୍ୟାଗାଜିନର ୬୦ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀରେ ରବିବାର ସଂଧ୍ୟାରେ ଅନୁଷ୍ଠିତ ଭବ୍ୟ ସମାରୋହରେ ସୋଆର ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି- OSD ପ୍ରୀତମ ନାୟକ ଏହି ପୁରସ୍କାର ଓ ସାର୍ଟିଫିକେଟ୍ ଗ୍ରହଣ କରିଛନ୍ତି।

ସିଏସ୍‍ଆର ମ୍ୟାଗାଜିନର ସଂସ୍ଥାପକ ଏସ୍‍କେ ସଚଦେବା ସୋଆକୁ ଦେଶର ଏକ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ ପ୍ରଫେସର ନାୟକ ଯେଉଁ କଠୋର ପରିଶ୍ରମ କରିଛନ୍ତି , ତାହାର ସେ ଭୃୟସୀ ପ୍ରଶଂସା କରିଥିଲେ । ସୋଆର ସ୍କୁଲ ଅଫ୍‍ ହୋଟେଲ ମ୍ୟାନେଜମେଣ୍ଟ ଦେଶର ଶ୍ରେଷ୍ଠ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ଭାବେ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଆଇଟିଇଆର ମଧ୍ୟ ସିଏସ୍‍ଆରଏହି ଗୌରବ ପାଇବାରେ ସଫଳତା ହାସଲ କରିଛି ।

ସଚଦେବା ତାଙ୍କ ଭାଷଣରେ କଂପିଟିସନ୍‍ ସକସେସ ରିଭ୍ୟୁ କିଭଳି ଏକ ସାଧାରଣ ମ୍ୟାଗାଜିନରୁ ଆରମ୍ଭ କରି ଗତ ୬୦ ବର୍ଷ ମଧ୍ୟରେ ଦେଶ ବିଦେଶରେ ପ୍ରତିଷ୍ଠା ହାସଲ କରିପାରିଛି ତାହା ସେ ଉଲ୍ଲେଖ କରିଥିଲେ । ବିଶେଷ ଭାବେ ଛାତ୍ରଛାତ୍ରୀମାନଙ୍କ ପାଇଁ ସେମାନଙ୍କ ଚାକିରୀ ପାଇବାରେ ଏହି ମ୍ୟାଗାଜିନ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ସେ ଦର୍ଶାଇଥିଲେ । ସଚଦେବା ମଧ୍ୟ ଉଲ୍ଲେଖ କରିଥିଲେ ଯେ, କୌଣସି ସଂସ୍ଥାକୁ ସଫଳତା ହାସଲ କରିବାକୁ ହେଲେ କଠୋର ପରିଶ୍ରମ, ତ୍ୟାଗ ଓ ପ୍ରତିଭା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପଡ଼ିଥାଏ । ସିଏସ୍‍ଆର ଗୁ୍ରପର ୬୦ ବର୍ଷ ପୁର୍ତ୍ତି ଅବସରରେ ଦେଶର ସୋଆ ସମେତ ୪୨ଟି ଶିକ୍ଷାନୁଷ୍ଠାନକୁ ସେମାନଙ୍କ ଶିକ୍ଷା କ୍ଷେତ୍ରରେ ଅବଦାନ ସକାଶେ ଶ୍ରେଷ୍ଠତା ପୁରଷ୍କାର ପ୍ରଦାନ କରାଯାଇଥିଲା । ଦେଶର ଭବିଷ୍ୟତକୁ ଗଠନ କରିବାରେ ଏହି ଅନୁଷ୍ଠାନମାନେ ସେମାନଙ୍କ ଦାୟିତ୍ୱ ନିଭାଇବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *