ତାରାତାରିଣୀଙ୍କ ଦର୍ଶନ କଲେ ୫ଟି ସଚିବ ଓ ତାଙ୍କ ଧର୍ମପତ୍ନୀ

ଗଞ୍ଜାମ, (ଓଡିଶା ଟାଇମ୍): ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ହିଁ ମା ତାରା ତାରିଣୀଙ୍କ ଚତୁର୍ଥ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା ଶେଷ ହୋଇଛି। ମା ଙ୍କ ଆଶୀର୍ବାଦରୁ ନିଜର ମାନସିକ ପୂରଣ ପାଇଁ ଲକ୍ଷ,ଲକ୍ଷ ଲୋକ ସେମାନଙ୍କ ପ୍ରଥମ ଶିଶୁର ଚୁଟି ମୁଣ୍ଡନ କରିବାକୁ ଆସି ମାଙ୍କୁ ଦର୍ଶନ କରି ତାଙ୍କରି ଆଶିଷ ଭିକ୍ଷା କରିଥାନ୍ତି। ଆଜି ଶେଷ ଦିନରେ ୫ଟି ସଚିବ ଭି କାର୍ତ୍ତିକେୟ  ପାଣ୍ଡିଆନ ଏବଂ ତାଙ୍କ ଧର୍ମ ପତ୍ନୀ ସୁଜାତା ପାଣ୍ଡିଆନ  ମାଙ୍କୁ ଦର୍ଶନ କରିବାକୁ ସକାଳ ୭ଟାରେ ପହଞ୍ଚି ଥିଲେ |

ଗଞ୍ଜାମ ଜିଲ୍ଲା ପାଳ ବିଜୟ ଅମୃତ କୁଲାଙ୍ଗେ, ଛତ୍ରପୁର ଏସପି ବ୍ରିଜେଶ ରାୟ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ପୁରୁଷୋତ୍ତମପୁର ତହସିଲଦାର ନୀତିଶ କୁମାର ତ୍ରିପାଠୀ, ବିଡ଼ିଓ ବିଜୟ କୁମାର ବେହେରା, ପୁରୁଷୋତ୍ତମପୁର ଥାନାଧିକାରୀ ପ୍ରିୟସ ରଞ୍ଜନ ଛୋଟ ରାୟ ଓ ଷ୍ଟାଫ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟିକେ ରେଡି ମୁଖ୍ୟ ସେବାୟତ ବାପୁଜୀ ରଣାଙ୍କ ସମେତ ସେବାୟତ ସଭାପତି ତପନ କୁମାର ରଣା ଓ ଅନ୍ୟାନ୍ୟ ସେବାୟତ ପାଣ୍ଡିଆନଙ୍କୁ ସ୍ୱାଗତ କରିବା ସହ ମନ୍ଦିର ଭିତରକୁ ମାଙ୍କ ଦର୍ଶନ ନିମନ୍ତେ ପାଛୋଟି ନେଇଥିଲେ।

ମା’ ଙ୍କୁ ଦର୍ଶନ କରି ବେଢା ପ୍ରଦକ୍ଷଣ ପରେ ମନ୍ଦିରର ବିକାଶ ନେଇ ପାଣ୍ଡିଆନ ଜିଲ୍ଲାପାଳଙ୍କ ସହ କଥା ହୋଇ ତୁରନ୍ତ ସମସ୍ତ କାର୍ଯ୍ୟ ସମାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଭୁବନେଶ୍ୱର ଫେରିଥିଲେ। ତେବେ ଆଜି ଯାତ୍ରୀଙ୍କ ସଂଖ୍ୟା କମ ରହିଥିବାର ପରିଲକ୍ଷିତ ହୋଇଥିଲା | ଶେଷରେ ମାଙ୍କ ଯାତ୍ରାର ସମାପନ ପରେ ଭକ୍ତ ମାନେ ନିଜ ନିଜର ଘରକୁ ଫେରିଥିଲେ |

Leave a Reply

Your email address will not be published. Required fields are marked *