କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର, ଡିଏରେ ୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ପାଇଁ ବଡ଼ ଭେଟି ଦେଇଛନ୍ତି । କେନ୍ଦ୍ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାରେ ସରକାର ୩ ପ୍ରତିଶତ ବୃଦ୍ଧି କରିଛନ୍ତି । ଏଥିସହିତ ମହଙ୍ଗା ରିହାତିକୁ ମଧ୍ୟ ୩ ପ୍ରତିଶତ ବଢ଼ାଇ ଦିଆଯାଇଛି । ଏହି ବୃଦ୍ଧି ପରେ ମହଙ୍ଗା ଭତ୍ତା ୩୪ ପ୍ରତିଶତରେ ପହଞ୍ଚିଛି । ମହଙ୍ଗା ରିହାତି ମଧ୍ୟ ୩୪ ପ୍ରତିଶତରେ ପହଞ୍ଚିଛି । ପିଛିଲା ଭାବେ ଅର୍ଥାତ ଜାନୁଆରୀ ୧, ୨୦୨୨ରୁ ଏହା ଲାଗୁ ହେବ ।

ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିହାତି କାରଣରୁ ସରକାରୀ ପାଣ୍ଠିରୁ ପାଖାପାଖି ୯,୫୪୪.୫୦ କୋଟି ଟଙ୍କା ପ୍ରତି ବର୍ଷ ଖର୍ଚ୍ଚ ହେବ । ସରକାରଙ୍କ ଏହି ନିଷ୍ପତ୍ତିରେ ୪୭.୬୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୮.୬୨ ଲକ୍ଷ ପେନ୍‌ସନ୍‌ ଭୋଗୀ ଉପକୃତ ହେବେ ।

କହିରଖୁଛୁ ଯେ, ସପ୍ତମ ବେତନ କମିଶନଙ୍କ ସୁପାରିଶ୍‌ ମୁତାବିକ୍‌ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିହାତିରେ ବୃଦ୍ଧି କରାଯାଉଛି । ୬ ମାସ ଆଧାରରେ ଏହି ବୃଦ୍ଧି ହେଉଛି । ତେବେ ଚଳିତ ବୃଦ୍ଧି ୧ ଜାନୁଆରୀ ଠାରୁ ୩୦ ଜୁନ୍‌ ପର୍ଯ୍ୟନ୍ତ ଲାଗୁ ହେବ । ଏହା କର୍ମଚାରୀଙ୍କ ଦରମା ହିସାବରେ ମିଳିବ ।

Leave a Reply

Your email address will not be published. Required fields are marked *