ପଦ୍ମ ତାଲିକାରେ ଟିକା ନିର୍ମାତା, microsoft ଓ Google CEO, ପଢ଼ନ୍ତୁ ପୂରା ତାଲିକା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଏଥର ପଦ୍ମ ତାଲିକାରେ ବିଜ୍ଞାନ, କଳା,  କ୍ରୀଡ଼ା ଓ ସାମରିକ ପ୍ରତିଭାଙ୍କ ସମେତ କରୋନା ସମୟରେ ଦେଶକୁ ଦୁଇଟି ଟିକା ଉପହାର ଦେଇଥିବା ସିରମ୍‌ ଓ ଭାରତ ବାୟୋଟେକ୍‌ ମୁଖ୍ୟଙ୍କୁ ମଧ୍ୟ ପଦ୍ମଭୂଷଣ ଉପାଧି ମଳିବ। ଏହା ସହ ଦୁଇ ଭାରତୀୟ ଟେକ୍‌ ଜାଏଣ୍ଟ ତଥା ଗୁଗୁଲ୍‌ ଏବଂ ମାଇକ୍ରୋସଫ୍ଟର ସିଇଓମାନଙ୍କୁ ମଧ୍ୟ ପଦ୍ମଭୂଷଣ ଉପାଧିରେ ମଣ୍ଡିତ କରାଯିବାକୁ ସ୍ଥିର କରାଯାଇଛି। ଆଜି ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ୧୨୮ ଜଣ ପଦ୍ମ ତାଲିକାରେ ଏମାନଙ୍କ ନାଁ ସାମିଲ୍‌ ରହିଛି।

କରୋନା ସମୟରେ ଦେଶରେ ଯେଉଁ ଆତ୍ମବିଶ୍ୱାସ ସଙ୍କଟ ସୃଷ୍ଟି ହୋଇଥିଲା ତାହାକୁ ଏଡ଼ାଇ ଦେଶର କୋଟି କୋଟି ଲୋକଙ୍କ ମନରେ ବିଶ୍ୱାସ ବାନ୍ଧିଥିବା ଦୁଇ ସ୍ୱଦେଶୀ ଟିକା ନିର୍ମାତାଙ୍କୁ ପଦ୍ମଭୂଷଣ ଉପାଧିରେ ଭୂଷିତ କରାଯିବ। ମାର୍ଚ୍ଚ କିମ୍ବା ଏପ୍ରିଲ୍‌ ମାସରେ ଏହି ପୁରସ୍କାର ରାଷ୍ଟ୍ରପତି ଭବନରେ ପ୍ରଦାନ କରାଯିବ। ଏହି ଦୁଇଟି ଟିକା ନିର୍ମାତା ମଙ୍ଗୁଆଳ ହେଲେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟର ସାଇରସ୍ ପୁନାୱାଲା ଏବଂ ଭାରତ ବାୟୋଟେକ୍‌ର କ୍ରିଷ୍ଣା ଏଲା ଓ ସୁଚିତ୍ରା ଏଲା।

ଠିକ୍‌ ସେହିପରି ମାଇକ୍ରୋସଫ୍ଟ ର ସିଇଓ ତଥା ଭାରତୀୟ ଟେକ୍‌ ବିଶେଷଜ୍ଞ ସତ୍ୟ ନାଡେଲାଙ୍କୁ ପଦ୍ମଭୂଷଣ  ଉପାଧି ମିଳିବ। ଅନ୍ୟପକ୍ଷରେ ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ ମଧ୍ୟ ଏହି ପୁରସ୍କାର ପାଇବେ। ବିଧିବଦ୍ଧ ଭାବେ ଏହି ଘୋଷଣା କରାଯାଇଛି।

ଏଠାରେ ପଢ଼ନ୍ତୁ ପୂରା ପଦ୍ମ ପୁରସ୍କାର ତାଲିକା। 

Leave a Reply

Your email address will not be published. Required fields are marked *