ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟର ଭିକାରୀ ତାଲିକା ଦେଇଛନ୍ତି ସରକାର । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୯୭୦ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଛି । ଏଥିମଧ୍ୟରୁ ୪୧୨୮ ପୁରୁଷ ଭିକାରୀ ଓ ୨୮୪୨ ମହିଳା ଭିକାରୀ ଅଛନ୍ତି ।
କଟକରେ ସର୍ବାଧିକ ଭିକାରୀ ରହିଛନ୍ତି । କଟକରେ ୧୦୬୦ ଜଣ ଭିକାରୀ ରହିଛନ୍ତି । ଏହା ତଳକୁ ଦ୍ବିତୀୟ ସ୍ଥାନରେ ବରଗଡ ରହିଛି । ଏଠାରେ ୫୯୫ ଜଣ ଭିକାରୀ ରହିଛନ୍ତି । ଭିକାରୀ ତାଲିକାର ତୃତୀୟ ସ୍ଥାନରେ ଗଞ୍ଜାମ ଜିଲ୍ଲା ରହିଛି । ଗଞ୍ଜାମରେ ୫୪୫ ଜଣ ଭିକାରୀ ରହିଛନ୍ତି । ବିଧାନସଭାରେ ବିଜେପି ବିଧାୟକ ନାଉରି ନାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ସମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।