ବିଧାନସଭାରେ ପୁଣି ମମିତା ତାତି : ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର, (ଓଡିଶା ଟାଇମ୍): ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନରେ ବି ଗୃହରେ ବିରୋଧୀଙ୍କ ହଙ୍ଗାମା । ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିରୋଧୀଙ୍କ ହଟ୍ଟଗୋଳ ଲାଗି ମୁଲତବୀ ରଖିଲେ ବାଚସ୍ପତି ।

ଖବର ଅନୁଯାୟୀ, ଶୀତ ଅଧିବେଶନରେ ଚତୁର୍ଥ ଦିନରେ ବି ବିରୋଧୀଙ୍କ ହଙ୍ଗାମା ଜାରି  । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ର ବିରୋଧୀ କଂଗ୍ରେସ ଦଳର ସଦସ୍ୟମାନେ ହୋହାଲ୍ଲା ସହ ନାରାବାଜି କରିଥିଲେ । ଆଉ ଗୃହରେ ପୁଣି ଉଠାଇଥିଲେ ମମିତା ମେହେର ପ୍ରସଙ୍ଗ । ଏପିରିକି ବ୍ରାହ୍ମଣ ବେଶରେ ଆସି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରତିବାଦ ଜଣାଇଥିଲେ । ଏହାସହିତ ଗୃହକୁ ଶୋଧନ କରିବାକୁ ଯାଇ ଗଙ୍ଗାଜଳ ମଧ୍ୟ ଛିଞ୍ଚିଥିଲେ ବିଧାୟକ ତାରା ବାହିନୀପତି । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜିକୁ ନେଇ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ଅପରାହ୍ନ ୪ଟା ଯାଏଁ ବିଧାନସଭାକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।

Leave a Reply

Your email address will not be published. Required fields are marked *