ବାତ୍ୟା ପାଇଁ ୩୮ଟି ଟ୍ରେନ୍ ବାତିଲ

ଭୁବନେଶ୍ବର, (ଓଡିଶା ଟାଇମ୍): ବାତ୍ୟା ଜୱାଦ୍ ପାଇଁ ୪, ୫ ଓ ୬ ତାରିଖ ପାଇଁ କିଛି ଟ୍ରେନ ବାତିଲ କରାଯାଇଛି । ୪ ତାରିଖରେ ୩୬ଟି ଏବଂ ୫ ତାରିଖରେ ୩୮ଟି ଟ୍ରେନ ବାତିଲ କରାଯଇଛି । ୬ ତାରିଖରେ ଗୁଣୁପୁର-ପୁରୀ ଏକ୍ସପ୍ରେସ ବି ବାତିଲ ହୋଇଛି । ଫଳରେ ଯାତ୍ରୀମାନଙ୍କୁ ଟ୍ରେନର ଷ୍ଟକ୍ ନେବାକୁ ଅନୁରୋଧ କରାଯାଇଛି ।

ପୂର୍ବରୁ ପ୍ରଦାନ କରାଯାଇଥିବା ହେଲ୍ପଲାଇନ ନମ୍ବର ୧୩୯ ସହିତ ଯୋଗାଯୋଗ କରିପାରିବେ । ସୂଚନା ଥାଉକି, ରବିବାର ମଧ୍ୟାହ୍ନରେ ପୁରୀରେ ଲ୍ୟାଣ୍ଡଫଲ କରିବ ଜଓ୍ୱାଦ । ଏସବୁକୁ ଦୃଷ୍ଟିରେ ରଖି ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି ।

 

Leave a Reply

Your email address will not be published. Required fields are marked *