ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍

ଓଡ଼ିଶା ଟାଇମ୍ (ଭୁବନେଶ୍ୱର) : ଦେଶରେ ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି ସତ ହେଲେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ କୋରୋନା ଭାରିଏଣ୍ଟ ପୁଣି ଥରେ ଚିନ୍ତା ବଢ଼ାଇଛି। ନୂଆ ଭାରିଏଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି ସରକାର ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛନ୍ତି । ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର। ନୂଆ ମର୍ଗଦର୍ଶିକା ଅନୁସାରେ ଅଧିକ ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀ ବିମାନବନ୍ଦରରେ ହିଁ କୋରୋନା ଟେଷ୍ଟ କରାଇବେ। କୋରୋନାର ଦୁଇଟି ଯାକ ଡୋଜ୍ ନେଇଥିଲେ ସୁଦ୍ଧା କୋରୋନା ପରୀକ୍ଷା କରାଇବା ବାଧ୍ୟତାମୂଳକ।

ସେହିପରି ବିଦେଶ ଯାଉଥିବା ଯାତ୍ରୀମାନଙ୍କୁ ୭୨ ଘଣ୍ଟା ପୂର୍ବରୁ କରାଯାଇଥିବା ଆରଟିପିସିଆର ପରୀକ୍ଷଣର ରିପୋର୍ଟ ଦେଖାଇବାକୁ ପଡ଼ିବ। ସଂକ୍ରମିତ ହୋଇଥିବା ଯାତ୍ରୀମାନେ ସଙ୍ଗରୋଧରେ ରହିବେ। କରୋନାର ନେଗେଟିଭ ରିପୋର୍ଟ ଆସିବା ପରେ ହିଁ ଯାତ୍ରୀମାନେ ଘରକୁ ଯାଇପାରିବେ। ଗୋଟିଏ ସପ୍ତାହ ସଙ୍ଗରୋଧରେ ରହିବେ। ସଙ୍ଗରୋଧ ରହିବାର ୭ ଦିନ ପରେ ୮ମ ଦିନରେ ପୁଣି କରୋନା ପରୀକ୍ଷା କରାଯିବ। ଏହାସହ ସାମାଜିକ ଦୂରତା ପାଳନ ସହ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ।

Leave a Reply

Your email address will not be published. Required fields are marked *