ଝାରସୁଗୁଡ଼ା ଜିଲ୍ଲାର ୨୫ଟି ସ୍ମାର୍ଟସ୍କୁଲ୍‌ର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ଗୁରୁବାର ଝାରସୁଗୁଡ଼ା ଜିଲ୍ଲାର ୨୫ଟି ସ୍ମାର୍ଟସ୍କୁଲ୍ ଭର୍ଚୁଆଲ୍ ମାଧ୍ୟମରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ୫ଟି ଅଭିଯାନରେ ସରକାରୀ ସ୍କୁଲ ଗୁଡ଼ିକର ଭିତ୍ତିଭୂମି ବିକାଶ କରାଯାଉଛି । ଏହି କ୍ରମରେ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ହାଇସ୍କୁଲ ଗୁଡ଼ିକର ଉନ୍ନତିକରଣ କାର୍ଯ୍ୟ କରାଯାଇଛି । ଏହି ଯୋଜନାରେ ହାଇସ୍କୁଲର ନବୀକରଣ କରାଯାଇ ନୂତନ ଶ୍ରେଣୀ ଗୃହ, ଅତ୍ୟାଧୁନିକ ବିଜ୍ଞାନ ଲ୍ୟାବ୍, କମ୍ପ୍ୟୁଟର୍ ଲ୍ୟାବ, ଇ-ଲାଇବ୍ରେରୀ, ICT ଲ୍ୟାବ୍ ସ୍ଥାପିତ କରାଯାଇଛି ।

ଆଜି ସନ୍ଧ୍ୟା ୫ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ବେଲପାହାଡ଼ ଗିରିଧାରୀ ଲାଲ ହାଇସ୍କୁଲରେ ଏଥି ପାଇଁ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଜିଲ୍ଲାପାଳ ଓ ଶିକ୍ଷା ବିଭାଗ ଅଧିକାରୀ ଉପସ୍ଥିତ ରହିବେ ।

Leave a Reply

Your email address will not be published. Required fields are marked *