ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ୍ ସାରିବାକୁ ଲକ୍ଷ୍ୟ, ରାଜ୍ୟରେ ୨୪ ଶହକୁ ଟିକାକରଣ କେନ୍ଦ୍ର ବୃଦ୍ଧି : ପରିବାର କଲ୍ୟାଣ ନିର୍ଦ୍ଦେଶକ
ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଟିକାକରଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ । ସେ କହିଛନ୍ତି, ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ୍ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଟିକାକରଣ କେନ୍ଦ୍ର ୧୬୦୦ରୁ ବଢି ୨୪୦୦ ହୋଇଛି । ବିଶେଷ କରି ଗ୍ରାମାଞ୍ଚଳକୁ ଫୋକସ୍ କରି କେନ୍ଦ୍ର ଖୋଲା ଯାଉଛି । ଯେଉଁ ଗ୍ରାମରେ ୧୦୦ରୁ ଅଧିକ ଟିକା ନେଇ ନଥିବା ଲୋକ ଅଛନ୍ତି ସେଠାରେ କେନ୍ଦ୍ର ଖୋଲା ଯାଇଛି ।
ବର୍ତ୍ତମାନ ସୁଦ୍ଧା ୩ କୋଟି ୯୮ ଲକ୍ଷ ୭୪ ହଜାର ୨୮୫ ଡୋଜ୍ ଦିଆହୋଇଛି ଯାହା ଆଜି ୪ କୋଟି ଛୁଇଁ ଯିବ । ୨ କୋଟି ୬୬ ଲକ୍ଷ ୫୪ ହଜାର ୧୯୩ ପ୍ରଥମ ଡ଼ୋଜ୍ ଏବଂ ୧ କୋଟି ୩୨ ଲକ୍ଷ ୨୦ ହଜାର ୯୨ ଦ୍ବିତୀୟ ଡ଼ୋଜ୍ ଦିଆଯାଇଛି । ୩୧ ଲକ୍ଷ ଲୋକ ଦ୍ବିତୀୟ ଡୋଜ୍ ଅପେକ୍ଷାରେ । ୨ରୁ ହର୍ ଘର କାର୍ଯ୍ୟକ୍ରମ ପରେ ଦ୍ବିତୀୟ ଡ଼ୋଜ ୩୫% ରୁ ବଢି ୪୦% ହୋଇଛି । ସେହିପରି ପ୍ରଥମ ଡୋଜ୍ ୮୨ ପ୍ରତିଶତ ଲୋକ ନେଇଥିବା ବେଳେ ୪୧ ପ୍ରତିଶତ ଉଭୟ ଡୋଜ୍ ଦିଆସରିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।