ମମିତା ମେହେର ହତ୍ୟା ମାମଲା : ଆଜି କଂଗ୍ରେସର ଓଡିଶା ବନ୍ଦ

ଭୁବନେଶ୍ବର, (ଓଡିଶା ଟାଇମ୍):କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ କଂଗ୍ରେସ ଶୁକ୍ରବାର ଓଡିଶା ବନ୍ଦ ଡାକରା ଦେଇଛି। ଦଳ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ତେବ ବନ୍ଦ ନାଁର କାହାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେବାସହ ସୁପ୍ରିମକୋର୍ଟଙ୍କ ଦ୍ଵାରା ପ୍ରଣୀତ ଗାଇଡ୍ ଲାଇନକୁ କଡାକଡି ଭାବେ ପାଳନ କରିବାକୁ କହିଛନ୍ତି ।

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ । ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି ବିରୋଧି ଦଳ । ଏହାସହ ଇସ୍ତଫା ମଧ୍ୟ ଦାବି କରୁଛନ୍ତି । ହତ୍ୟା ଓ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ସାରା ରାଜ୍ୟରେ ଶୁକ୍ରବାର ୬ ଘଣ୍ଟିଆ ବନ୍ଦ ପାଳନ କରୁଛି । ତେବେ ହାଇକୋର୍ଟ ବନ୍ଦ ନାଁରେ ଦୋକାନ ବଜାର ଓ ଅଖ ଚକ ବନ୍ଦ କରାଯାଇପାରିବନି ବୋଲି ଗୁରୁବାର ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଏହାସହ ଜୋରଜବରଦସ୍ତି ବନ୍ଦ କଲେ ପୋଲିସ ପଦକ୍ଷେପ ନେବ ବୋଲି କୋର୍ଟ କହିଛନ୍ତି । ଏହାପରେ ଦଳ ପକ୍ଷରୁ ବନ୍ଦ ନୁହେଁ କେବଳ ହରତାଳ କରାଯିବ ବୋଲି କୁହାଯାଇଛି। ତେବେ ଶୁକ୍ରବାର ଦଳର କର୍ମୀମାନେ ସକାଳୁ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ନାରାବାଜି କରୁଥିବା ଦଖିବାକୁ ମିଳିଛି ।ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ସ୍ୱତଃପ୍ରବୃତ ଭାବେ ବନ୍ଦରେ ସାମିଲ ହେବାକୁ ଅପିଲ କରିଛନ୍ତି । ବନ୍ଦ ଓ ହରତାଳ ବେଳେ ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ପୋଲିସ କର୍ମୀ ନିୟୋଜିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *