ଭିଜିଲାନ୍ସ ଜାଲରେ OPHWCର ମ୍ୟାନେଜର
ଭୁବନେଶ୍ବର, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ଓଡିଶା ପୋଲିସ ହାଉସିଂ କର୍ପୋରେସନର (OPHWC) ମ୍ୟାନେଜର । ଓଡିଶା ପୋଲିସ ହାଉସିଂ କର୍ପୋରେସନର ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ରେଡ୍ ହୋଇଛି । ଭିଜିଲାନ୍ସର ୧୦ ଜଣିଆ ଟିମ୍ ଏହି ରେଡ଼୍ କରୁଛନ୍ତି ।
ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ଓଡିଶା ପୋଲିସ ହାଉସିଂ କର୍ପୋରସେନର ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି ରହିଛି । ଭିଜିଲାନ୍ସର ୧୦ ଜଣିଆ ଟିମ୍ ଏହି ଚଢାଉରେ ସାମିଲ ଅଛନ୍ତି । ଭିଜିଲାନ୍ସ ଟିମ୍ ଏକା ସାଙ୍ଗେ ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ ସମେତ ଏକକାଳୀନ ୧୦ଟି ସ୍ଥାନରେ ରେଡ଼୍ ଜାରି ରହିଛି । ଏହି ଚଢାଉରେ ଜଣେ ଅତିରିକ୍ତ ଏସ୍ପି, ୫ଜଣ ଡିଏସ୍ପି ଏବଂ ୭ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କିଛି ବିସୃତ ତଥ୍ୟ ମିଳିନାହିଁ ।