ଅହମଦନଗରରେ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ; ୧୦ ମୃତ

ମୁମ୍ବାଇ, (ଓଡିଶା ଟାଇମ୍): ଶନିବାର ସକାଳେ ମହାରାଷ୍ଟ୍ରର ଅହମ୍ମଦନଗରର ଜିଲା କୋଭିଡ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।  ଜିଲା ହସ୍ପିଟାଲର ଆଇସିୟୁ ୱାର୍ଡରେ ଏହି  ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ -୧୪ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜିଲା  ହସ୍ପିଟାଲର ଆଇସିୟୁ ୱାର୍ଡରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିକାଣ୍ଡରେ ପୋଡି ହୋଇ ଉକ୍ତ ୧୦ କୋଭିଡ ରୋଗୀଙ୍କ ମୃତ୍ୟୁ ଘଟିଛି। ଏଯାଏଁ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଓ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।

 

Leave a Reply

Your email address will not be published. Required fields are marked *