ପାର୍ବଣରେ ଲୋକମାନେ ବାହାରେ ଭିଡ ଜମାଇଥିଲେ, ଆଗାମୀ ଦିନରେ ଏହାର ପ୍ରଭାବ ପଡିପାରେ…
ଭୁବନେଶ୍ବର, (ଓଡିଶା ଟାଇମ୍): ପାର୍ବଣରେ କରୋନାର ପ୍ରଭାବ ଆସନ୍ତା ୭ରୁ ୧୦ ଦିନ ଭିତରେ ଜଣାପଡିବ। ପାର୍ବଣରେ ଯେଉଁ ଭଳି ଭାବରେ ଲୋକମାନେ ଭିଡ଼ ବାହାରେ ଜମାଈଥିଲେ। ଆଗାମୀ ଦିନରେ ଏହାର ପ୍ରଭାବ ନିଶ୍ଚିନ୍ତ ଭାବରେ ପକାଇବ। ଏନେଇ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଯଦି ସେଭଳି କିଛି ସଂକ୍ରମଣ ବଢିବାର ଆଶଙ୍କା ବଢେ । ତେବେ ସର୍ଭେଲାନ୍ସ କୁ ଜୋରଦାର କରାଯିବ। ଗ୍ରାମାଞ୍ଚଳରେ ଆଶା ଓ ସହରାଞ୍ଚଳରେ ମୁନିସିପାଲଟି ଅଧିକାରୀ କଡା ନଜର ରଖିଛନ୍ତି। ସେଭଳି କିଛି ସଂକ୍ରମଣର ଆଭାସ ଆସିଲେ ସର୍ଭେଲାନ୍ସ କରାଯିବ। କରୋନାକୁ ନିୟନ୍ତ୍ରଣରେ ରଖିବା ପାଇଁ ଉଦ୍ୟମ ଜାରି ରହିବ । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତ କିଛି ଦିନ ହେଲେ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ଏକ ଚିନ୍ତାଜନକ ବିଷୟ । ଖାସ୍ କରି ପାର୍ବଣ ସମୟରେ ଲୋକମାନେ କରୋନା କଟକଣାକୁ ଠିକ୍ ମାନିନାହାନ୍ତି । ଯାହାକି ଆଗାମୀ ଦିନରେ ଆମକୁ ବିପଦରେ ପକାଇପାରେ । ଲୋକମାନେ ବାହାରେ ଅଯଥାରେ ଭିଡ଼ ଜମାଇଛନ୍ତି । ଏପରିକି ବାହାରକୁ ଯିବା ସମୟରେ ମୁହଁରେ ଅନେକ ମାସ୍କ ମଧ୍ୟ ପିନ୍ଧୁନାହାନ୍ତି ।