ଆଜିଠୁ ଟ୍ବିନ୍ ସିଟିରେ ନାଇଟ୍ କର୍ଫ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜିଠୁ ଟ୍ବିନ୍ ସିଟିରେ ନାଇଟ୍ କର୍ଫ୍ୟୁ । ପାର୍ବଣ ଆରମ୍ଭ ହୋଇଯାଇଥିବାରୁ ଟ୍ୱିନ୍‍ ସିଟିରେ ହାଟ, ବଜାରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। କୋଭିଡ୍‍ ସଂକ୍ରମଣ ୫ଶହ ଉପରେ ରହୁଥିବାରୁ ଏହାକୁ ରୋକିବାକୁ ପ୍ରଶାସନ ଉଦ୍ୟମ କରୁଛି। ଏହାକୁ ଦୃଷ୍ଟିରେ ରଖି ଆଜିଠୁ ଟ୍ୱିନ୍‍ ସିଟିରେ ରାତ୍ରିକାଳୀନ ନାଇଟ୍‍ କର୍ଫ୍ୟୁ ଜାରି ରହିବ। ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‍ କର୍ଫ୍ୟୁ ଜାରି ରହିବ। ନାଇଟ୍‍ କର୍ଫ୍ୟୁ ସମୟରେ ଅମାନିଆଙ୍କ ଉପରେ ରହିବ ପୋଲିସର କଡ଼ା ନଜର।

କଟକ-ଭୁବନେଶ୍ବରରେ ପ୍ରମୁଖ ଛକରେ ପୋଲିସ ମୁତୟନ ରହିବେ। ସେଠାରେ ଲୋକଙ୍କୁ ଯାଞ୍ଚ କରିବେ। ଯେଉଁମାନେ ଜରୁରୀ ସେବା ଯୋଗାଇବେ ସେମାନଙ୍କ ପାଇଁ ଯାତାୟାତ କରିବା ପାଇଁ ସୁଯୋଗ ଦିଆଯିବ। ସେପଟେ କଟକରେ ଦୁର୍ଗା ପୂଜା ପାଇଁ ମୁତୟନ ହେବେ ୩୨ ପ୍ଲାଟୁନ ଫୋର୍ସ । ପୂଜା ସମୟରେ କଟକରେ ନିୟୋଜିତ ହେବେ ୧୦୦ ଅଧିକାରୀ । କଟକଣା ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ। ଆବଶ୍ୟକ ପଡ଼ିଲେ ଅମାନିଆଙ୍କୁ ଗିରଫ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସତର୍କ କରାଯାଇଛି । ତେବେ ପାର୍ବଣରେ କରୋନା ସଂକ୍ରମଣ ବଢିପାରେ ବୋଲି କୁହାଯାଉଛି। କଟକ ଓ ଭୁବନେଶ୍ବରରେ ବି ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଛି । ଏଣୁ ନିୟମ କଡ଼ାକଡି ପାଳନ ଉପରେ ଅଧିକ ଫୋକସ କରାଯାଇଛି । ଭିଡ଼ କିପରି ନହେବ ତାଉପରେ ନଜର ରଖାଯିବା ସହ ପାର୍ବଣରେ ନିୟମକୁ କଡ଼ାକଡି ପାଳନ କରିବାକୁ ଗୁରୁତ୍ବ ଦିଆଯାଉଛି ।

Leave a Reply

Your email address will not be published. Required fields are marked *