ଭିଜିଲାନ୍ସ କବ୍‌ଜାରେ ୨ ପ୍ରଦୂଷଣ ବିଭାଗ ଅଧିକାରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ଦୁଇ ଓଏସ୍‌ପିସିବି ଅଧିକାରୀ । ରାଉରକେଲା ଆଞ୍ଚଳିକ ପଲ୍ୟୁସନ୍‌ ଅଧିକାରୀ ଡଃ ପିକେ ମହାପାତ୍ରଙ୍କୁ ଭିଜିଲାନ୍ସ ଧରିଛି । ତାଙ୍କ ଠାରୁ ୧ ଲକ୍ଷ ୭୫ ହଜାର ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ରାଉରକେଲାରୁ ଭୁବନେଶ୍ୱର ଘରକୁ ଫେରୁଥିବା ବେଳେ ଏହି ଚଢ଼ାଉ ହୋଇଛି । ଡଃ ମହାପାତ୍ରଙ୍କର ଭୁବନେଶ୍ୱର ସ୍ଥିତ ସୁନ୍ଦରପଦା ବାସଭବନରେ ଏବେ ଚଢ଼ାଉ ଜାରି ରହିଛି ।

ସେହିପରି ଆଉଜଣେ ଓଏସ୍‌ପିସିବି ଅଧିକାରୀ ମଧ୍ୟ ଭିଜିଲାନ୍ସ କବ୍‌ଜାରେ ପଡ଼ିଛନ୍ତି । ବଲେଶ୍ୱର ଜିଲ୍ଲା ଅଞ୍ଚଳିକ ପଲ୍ୟୁସନ୍‌ ବିଭାଗ ଅଧିକାରୀ ନରତ୍ତୋମ ବେହାରଙ୍କୁ ଟାଙ୍ଗୀ ଛକରେ ୮୯ ହଜାର ଟଙ୍କା ସହିତ ଧରିଛି ଭିଜିଲାନ୍ସ । ନରୋତ୍ତୋମଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *