ପାଣିରେ ବୁଡ଼ି ନୁହେଁ, ହୃଦ୍‌ଘାତରେ ମରିଛି ଦନ୍ତା

ଭୁବନେଶ୍ବର, (ଓଡିଶା ଟାଇମ୍): ମହାନଦୀ ମୁଣ୍ଡୁଳି ବ୍ୟାରେଜରେ ମୃତ ହାତୀର ଆସିଲା ବ୍ୟବଚ୍ଛେଦ ରିପୋର୍ଟ । ଦୀର୍ଘ ସମୟ ପାଣିରେ ଥିବା ଯୋଗୁଁ ମାନସିକ ଆଘାତ ଲାଗିଥିଲା । ସେଥିଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । ବ୍ୟବଚ୍ଛେଦର ୭୨ ଘଣ୍ଟା ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ସାଲେପୁର ପଶୁ ସମ୍ପଦ ଅଧିକାରୀ ବନ ବିଭାଗକୁ ଏହି ରିପୋର୍ଟ ପ୍ରଦାନ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୪ ତାରିଖରେ କଟକ ମହାନଦୀ ମୁଣ୍ଡଳୀ ବ୍ୟାରେଜରେ ଫସିଯାଇଥିବା ଦନ୍ତା ହାତୀ । ଦୁଇ ଦିନ ପରେ ଅର୍ଥାତ ୨୬ ତାରିଖରେ ହାତୀର ମୃତଦେହ ଉଦ୍ଧାର ହୋଇଥିଲା । ମହାନଦୀର ପ୍ରଖର ବନ୍ୟାଜଳରେ ଫସି ନିଖୋଜ ହୋଇଥିବା ହାତୀର ମୃତ୍ୟୁ ହୋଇଥିଲା ।  ୨୬ ତାରିଖ ସକାଳୁ ଯୋବ୍ରା ବ୍ୟାରେଜରେ ମୃତ ହାତୀଟି ଲାଗିବା ପରେ ହାତୀର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା ।  ପରେ ବନ ବିଭାଗ ଓ ଜଳସଂପଦ ବିଭାଗର ଅଧିକାରୀମାନେ ସେଠାରେ ପହଞ୍ଚି ଗେଟ୍ ଖୋଲି ହାତୀଟିକୁ ଉଦ୍ଧାର କରିଥିଲେ। ହାତୀଟିକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ୍ ବୋଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ଦୁଇ ଜଣଙ୍କର ଜୀବନ ମଧ୍ୟ ଯାଇଥିଲା ।

 

Leave a Reply

Your email address will not be published. Required fields are marked *